ମୁଁ ଯାଇଛି ଆଜି...
ମୁଁ ଯାଇଛି ଆଜି...
ଧନ୍ୟ ସରକାର...
ଧନ୍ୟ ରାଜନୀତି...
ଧନ୍ୟ ହୋ ଓଡିଶାବାସୀ...
ଧନ୍ୟ ପ୍ରଶାସନ....
ଧନ୍ୟ ଜଗନ୍ନାଥ...
ଧନ୍ୟ ହେଉ ତମ ଜାତି ।
ସରକାରୀ କର୍ମୀ ଥିଲେ କୁକର୍ମେ..
ସଫା ସଫା ଜଣାପଡୁଛି....
ତିନି ତିନି ମାସ କରୁଥଲ କଣ ?
ଆଜି ରାଜନୀତି ଆସୁଛି ?
ନ୍ୟାୟ ଭିକ୍ଷା କରି କି ବା କରିଲି
ଦେଲ ପୁଣି ଭାରି ଚାପ
ଜାଣି ନଥିଲି ମୁଁ ସରକାର ଏଠି
ଦୋଷୀ , ଅପରାଧୀ ବାପ ।
ମୁଁ ବା କିଏ ଯେ ଓଡିଶା ରାଇଜେ
ହୁଅଇ ଆଜି ଚର୍ଚ୍ଚିତ
ବଞ୍ଚିଥିବା ଯାଏ ନ୍ୟାୟଭିକ୍ଷା କରି
ଶେଷେ ଦେଇଦେଲା ଯିଏ ପ୍ରାଣ ।
ଲେଖିଥିଲି ଚିଠି ମନର ରୋଷରେ
ମଣିଷ ସମାଜ ପାଇଁ
ଚାହୁଁ ନଥିଲି ମୁଁ , ମୋ ଦୁର୍ଦ୍ଦଶା
ଆଉ କେହି ପାଉ ବୋଲି ।
ହେଲେ ହେବ କଣ ରାଜନୀତି ଏଠି
କୂଟନୀତି ନାମେ ବୁଲୁଛି
ସାଇଜ ସାଇଜ କରି ମୋଟା ଟଙ୍କାରେ
ମୋ ଲେଖା କାଗଜ ହଜିଛି ।
ଯାଉଛି ମୁଁ ଆଜି ଯାଉଛି.….ଯାଉଛି
କରିନି ମୁଁ ରୋଷ ଓଡିଶା ଉପରେ
ମୋ ଉପରେ ମୋ ରାଗ ସୁଝୁଛି
ଯାଉଛି.....ମୁଁ ଆଜି ଯାଉଛି.....।
Balabanta sahu
Mob- 9078105234