Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Romance

2  

Titi Sarangi

Romance

ଶ୍ରାବଣର ସକାଳ

ଶ୍ରାବଣର ସକାଳ

1 min
6.9K


ଭିଜା ଭିଜା ମାଟି ଭିଜା ଏ ପବନ

ଭିଜା ଭିଜା ଏଇ ମନ

ସ୍ବପ୍ନ ସଜଳ ହୃଦୟ ଭିତରେ

ଜାଗି ଉଠେ କେତେ ସ୍ପନ୍ଦନ ।

ପଙ୍କରୁ ଫୁଟିଛି ନୀଳକଇଁ ଆଜି

ସତେ ଅବା କେଉଁ ସ୍ବପ୍ନ ନେଇ

ଅଜଣା ପଥିକ ଚାହିଁଦେଲେ ଥରେ

କାମନା ଯିବ ତା ପୂର୍ଣ୍ଣ ହୋଇ ।

ସେତିକି କାମନା ମୋ ଠାରେ ତୁମର

ପଙ୍କିଳ ଏଇ ଜୀବନେ

ଚାହିଁ ଦେଲେ ଥରେ ମୁଗ୍ଧ ନୟନେ

ଫୁଟିଯିବି ଅତି ସଂଗୋପନେ ।

ପୁଲକି ଉଠିବି ମଧୁର ଛୁଆଁରେ

ତୁମ ଚାହାଣୀର ସ୍ନିଗ୍ଧତାରେ

ଭୁଲିଯିବି ଯେତେ ପଙ୍କିଳ ଅତୀତ

ସାଥୀ ଏକା ତୁମ ପରଶରେ ।


Rate this content
Log in

Similar oriya poem from Romance