Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Inspirational

2  

Lalatendu Kabi

Inspirational

କୁକୁରକୁ ଡର ନାହିଁ

କୁକୁରକୁ ଡର ନାହିଁ

1 min
7.3K


ପଥଧାରେ ଏକାକିନୀ ରୂପବତୀ ନାରୀ

ପ୍ରତୀକ୍ଷାରେ, ଯାନ ଘେନି ପଥ ହେବ ପାରି ॥୧॥

ଦେଖି ତାକୁ ଦୁଇ ବୀର ଉଦ୍ଭ୍ରାନ୍ତ ଯୁବକ,

କରିବାକୁ ବଳାତ୍କାର ଆସିଲେ ତା ପାଖ ॥୨॥

ପାଶେ ପାଶେ ଆସିବାରେ ସେହି ଦୁଇ ଜଣ,

ଭୟ ତ୍ରାସେ ନାରୀ କରେ ଚାପା ଗୁଞ୍ଜରଣ ॥୩॥

ଏହି ସବୁ ଦେଖୁଥିଲା ଗ୍ରାମର କୁକୁର,

ଭୁକି ଭୁକି କରିଦେଲା ଦୁହିଙ୍କୁ ଉଛୁର ॥୪॥


ଶୁଣି ସେ ବୁକ୍କନ ବାକି ଅନେକ କୁର୍କୁର,

ସେ ଦୁହିଙ୍କୁ ଭୁକି ଭୁକି କଲେ ରକ୍ଷାତୁର ॥୫॥

ଭୟ ପାଇ ଦୁହେଁ ଯାଇ ହଜିଲେ ଅନ୍ଧାରେ,

ସୁନ୍ଦରୀ ଗଲା ପଳାଇ ପଥ ଆରପାରେ ॥୬॥

ଯିବା ବେଳେ ଶ୍ୱାନ ତାକୁ ନିରନ୍ତର ଚାହିଁ

କହୁଥିଲେ କୁକୁରକୁ ଜମା ଡର ନାହିଁ ॥୭॥




ଲଲାଟେନ୍ଦୁ କବି

୨୦୧୮୦୫୦୮୧୪୧୮

କୁକ୍କୁର= ଶ୍ୱାନ= କୁର୍କୁର= କୁକୁର= dog;

ବୁକ୍କନ= barking


Rate this content
Log in

Similar oriya poem from Inspirational