Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

3  

Ambika Swain

Others

ବର୍ଷା ଗୋ' ତୁମେ .

ବର୍ଷା ଗୋ' ତୁମେ .

1 min
6.9K


ବର୍ଷା ତୁମେ ଆସ କେତେ ସଜବାଜ ହୋଇ

ବର୍ଷା ତୁମେ ଓଳିଧାରେ ଯାଉ ଥାଅ ଡେଇଁ,

ବର୍ଷା ଗୋ ତୁମେ ଶ୍ରାବଣ ର ଉଛୁଳା ନଇଁ

ବର୍ଷ ଗୋ ତୁମେ ଅଟ ଲାଜେଇ ନିଳକଇଁ ।।


ବର୍ଷା ଗୋ ତୁମେ ସବୁଜ ପାଟେ ଦିଶ ସୁନ୍ଦରୀ

ବର୍ଷା ଗୋ ତୁମେ ହସି ଦେଲେ ନାଚେ ମୟୁରୀ

ବର୍ଷା ତୁମେ ଗାଁ ଦାଣ୍ଡର କାଦୁଅ ପିଚକାରୀ

ବର୍ଷା ଗୋ ତୁମେ କାଗଜ ଡଙ୍ଗାର ନାଉରୀ ।


ବର୍ଷା ତୁମେ ଝରିଆର କୁହୁକ କାହାଣୀ

ବର୍ଷା ତୁମେ ଚାତକର ଅକୁହା ଚାହାଣୀ

ବର୍ଷା ତୁମେ ସଂଧ୍ୟାକାଳେ ବେଙ୍ଗର ସୁସୁରି

ବର୍ଷା ଗୋ ତୁମେ ଇନ୍ଦ୍ରଧନୁର ରଙ୍ଗ ଚାତୁରୀ ।।


ବର୍ଷା ଗୋ ତୁମେ ନଈ ବଢ଼ିର ବିଷର୍ଣ୍ଣ କୋହ

ବର୍ଷା ଗୋ ତୁମେ ତପ୍ତ ମରୁର ଶୀତଳ ଲୁହ

ବର୍ଷ ତୁମେ ନୀଳସରଗର ସ୍ବପ୍ନ ପୁରୀ

ବର୍ଷା ତୁମେ ଭାରି ମନେଇ ସଜ କୁଆଁରୀ ।।


★★★★★★

ଆମ୍ବିକା ସ୍ୱାଇଁ


Rate this content
Log in