ପନ୍ଥୀ
ପନ୍ଥୀ
ଜୀବନ ପଥରେ ଦୁଇଟି ପନ୍ଥିରେ ଜୀବ ଧରିଥାଏ ଗତି
ଗୋଟିଏ ସବଳ ଅନ୍ୟଟି ଦୁର୍ବଳ ଏତ ବିଭୁଦତ୍ତ ରୀତି ।
ସର୍ବଦା ସବଳ କବଳେ ଦୁର୍ବଳ ଚାଲେ ହୋଇ ମତୁଆଲା
ଜାଣିପାରେ ନାହିଁ ଦୁହିଙ୍କର ପାଇଁ ଗୋଟିଏ ଉପରବାଲା ।
ପିତା ମାତା ସ୍ନେହ ବଢ଼ଇ ନିଶ୍ଚୟ ମାତ୍ରାରେ ଦୁର୍ବଳ ପ୍ରତି
ଛୁଇଁ ଗର୍ବ ସୀମା ସବଳ ଗରିମା ହାରେ ଏତ ବିଧି ନୀତି ।
ଦୁରବଳ ଚିନ୍ତନେ ବହୁ ପରିମାଣେ ଅନାବିଳ କରେ ବାସ
ସବଳ ଚିନ୍ତନ ଆବିଳତା ପ୍ରେମ କରଇ ପରିପ୍ରକାଶ ।
ଜୀବନର ରାହୀ ପାଇଁ ପଥ ଦୁଇ ହୋଇଛି ବିଧି ବିଧାନ
ଯେ' ଲୋଡେ ଯେମିତି ପାଏ ସେ ସେମିତି ପ୍ରଭୁସତ୍ତାର ସନ୍ଧାନ ।
ହେ ପନ୍ଥୀ ! ନ ଭଳି ମର୍ତ୍ତ୍ୟ ମାୟା ଢାଳି ଜୀବନ ରାହା ନ ଭିଜା
ବିବେକ ଅଧିନେ ରହି ପାଅ ଦିନେ ଜନମ ନେବାର ମଜା ।