Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ଗାର

ଗାର

3 mins
6.8K


ଗାର

ଆରେ ଆସିଲ,

ସେଦିନ ବୋଧେ ଏମିତି ଡାକଟିଏ ମାରି

ମୁଁ ତୁମକୁ କୋଳ କଲାବେଳେ

ତୁମେ ଗଦଗଦ ହେବକି ନାହିଁ ଜାଣିନି

ହେଲେ ମୋ ଗଦଗଦପଣରେ ନିଶ୍ଚୟ

ତୁମ ଆଖିରେ ଲୁହ ରହିବନି ।

ବାହୁରେ ଜାବୁଡି ଆଜିପରି

ଅଥୟ ହୋଇ ବୋକ ଦେଲା ବେଳେ

ତମେ ପଚାରିବ ସତରେ ତମେ ଯାହା କହିଥିଲ,

ଟିକିଏ ବି ଭୁଲିନ ପନ୍ଦର ବର୍ଷ ତଳେ ।

ତମେ ବି ତ ଭିଜୁଥିବ ଆଜି ଭଳି

ଖୋଲିଥିବ ଧୋବ ରଙ୍ଗର କବରୀ

ଗରମ ନିଶ୍ବାସରେ ତୁମ ଦେହ 

ପଡୁଥିବ ଥରି ,ଛଳରେ କହିବ,

ଏତେ ବଳ ଏବେ ବି ରଖିଛ

ବାହୁଛନ୍ଦୁ ପାରୁନି ମୁକୁଳି ।

ଯେବେ ହେବ ଫେରିବାର ବେଳ

ପଚାରିବ ଆଉ ମନ ଊଣାତ କରୁନ

ଯେମିତିକା କହୁଥାଅ ତମେ ସବୁ ବେଳେ

କହିବି ତ ରହିଗଲା ଊଣା,

ପାର ଯଦି ଦେଇ ଦେଇ ଯାଅ

ତମେ କେବେ କାଟି ଥିବା

ମୋ ହୃଦୟେ ଗାର ର ଠିକଣା !


Rate this content
Log in

Similar oriya poem from Abstract