Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhaskar chandra sahu

Inspirational

2  

Bhaskar chandra sahu

Inspirational

ବନ୍ଧୁତ୍ବ

ବନ୍ଧୁତ୍ବ

1 min
6.8K


କାହିଁ କେତେ ଦୂର ଆକାଶେ

ରବି ଆସିବେ ଉଇଁ,

ସରସୀରେ ଥାଇ ପଙ୍କଜ

ତାଙ୍କୁ ଥାଏ ଅନେଇଁ।

ପାଇ ଗଲେ ଦେଖା ରବିର

ଟିକେ ମୁରୁକି ହସି,

ସ୍ୱାଗତ ଜଣାଏ ନିଜର

ମନ କଥା ପ୍ରକାଶି।

ଦିନ କାମ ସାରି ତପନ

ଯେବେ ଯାଆନ୍ତି ଦୁରେ,

ବନ୍ଧୁ ବିଛେଦରେ ନଳିନୀ

ମୁଖ ଶୁଖେ ନିଶିରେ।

ଏହି ସିନା ବନ୍ଧୁ ପଣିଆ

ବନ୍ଧୁ ଦୁଃଖେ ଯେ ଦୁଃଖୀ,

ବନ୍ଧୁ ସୁଖେ ସୁଖୀ ହୁଏ ଯେ

ନିଜ ମହତ ରଖି।

ଛଳନା ନୁହଇ ବନ୍ଧୁତ୍ୱ

ଏତ ପ୍ରେମ ବନ୍ଧନ,

ପ୍ରକୃତ ବନ୍ଧୁ ସେ ଯେ ଦିଏ

ବନ୍ଧୁ ପାଇଁ ଜୀବନ।


Rate this content
Log in

More oriya poem from Bhaskar chandra sahu