Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ମମତାର ରୂପରେଖ

ମମତାର ରୂପରେଖ

1 min
127


ପରସ୍ପର ପ୍ରତି    ସଦ୍ଭାବ ନଥିଲେ

କରମ ଲାଗଇ ପୋଡା

ପରିବାର ମଧ୍ୟେ   ସୁଖଶିରୀ ପାଇଁ

ଅପୂର୍ବ ବନ୍ଧନ ଲୋଡା ।

ଶିକ୍ଷା ଦୀକ୍ଷା ସହ   ଆଦର ସମ୍ମାନ

ପରିଜନ ହୃଦେ ଥିଲେ

ଘାତ ପ୍ରତିଘାତେ  ଏକତାର ସାଥେ 

ସୁଖଦ ଜୀବନ ମିଳେ ।

ସଭ୍ୟ ଜଗତରେ  ମଣିଷ ହୋଇ ବି

ସୁଖେ ମାତି ଦୁଇବେଳା

ଶିଶୁଙ୍କ ବିକାଶେ  ଅଜାଣତେ ପଛେ

କରିଥାଉ ଅବହେଳା ।

ହାତୀ ଭଳି ଏକ   ଜଙ୍ଗଲୀ ପଶୁର

ଜୀବନ ଶଇଳୀ ଦେଖ

ସାମୁହିକ ସୁଖେ   ପରସ୍ପର ହିତେ

ମମତାର ରୂପରେଖ ।

ଶିଶୁର ଯତନେ   ମାତାପିତା ଅବା

ପ୍ରତ୍ୟେକ ବୟସ୍କ ହାତୀ

ତୀକ୍ଷ୍ଣ ଦୃଷ୍ଟି ରଖି   ସତର୍କ ଥାଆନ୍ତି

ଦିନ ହେଉ ଅବା ରାତି ।

ବୟସ୍କା ମାଆ ହିଁ  ମୁଖିଆ ଭାବରେ

ହିତାହିତ ରଖେ ଜାଣି 

ଦଳ ମଧ୍ୟେ ରହି   ସମସ୍ତେ ଚଳନ୍ତି  

ତାହାର ନିର୍ଦ୍ଦେଶ ମାନି ।

ନବଜାତ ଶିଶୁ    ଲାଳନପାଳନେ

ବିପଦ ସଙ୍କେତ ଲକ୍ଷି

ଖାଦ୍ୟ ଅନ୍ବେଷନ୍ତି   ଗମନାଗମନେ

ଶୃଙ୍ଖଳା ନିୟମେ ରଖି ।

ନିର୍ବାକ ପଶୁର   ଭଲଗୁଣ ଯେତେ

ଶିଖେନି ମଣିଷ ମୂଢ

ଶୃଙ୍ଖଳିତ ପ୍ରତି    ପରିବାର ଦ୍ଵାରା

ସମାଜ ହୁଅନ୍ତା ଦୃଢ ।


Rate this content
Log in

Similar oriya poem from Inspirational