Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Abstract Inspirational

2  

Tapan Dixit

Abstract Inspirational

ଶୁଭ ସନ୍ଧ୍ୟାର ସପ୍ରେମ ନମସ୍କାର

ଶୁଭ ସନ୍ଧ୍ୟାର ସପ୍ରେମ ନମସ୍କାର

1 min
6.9K


ରମଣୀମଣି ହେ ଘେନ ଅରଜ 

ଦେଖି କରିଛି ତୋତେ ମନେ ହେଜ,

ସରୋଜ ନୟନା ବୁଝି ଗରଜ

ମାନ ତେଜି ଆସ ନାଗରୀ ରାଜ,

ବେଦନା ହର ତୁ ଭିଡ଼ି ଉରଜ 

ମେଣ୍ଟାଇବ ଦାସ ନିଶ୍ଚେ କରଜ ,

ଚୀନାସୁଂକେ ତନୁ ବଲ୍ଲରୀ ସାଜ 

ଘନକବରୀ ତୋ ଯେହ୍ନେ ବାରିଜ,

ପରଶମଣି ନିଶ୍ଚେ ତୋ ଉରଜ 

ନିୟତେ ନିୟମ ନୀତି ଭୁଲି ଆଜ,

ପ୍ରଣୟଆଶେ ହେଲି ଯା’ ନିୟୋଜ୍ୟ

ଜାଣେନା ‘ କିଙ୍କର’ ତୋର ପ୍ରଯୁଜ୍ୟ ?

ପୁଣି.. ଭାବେ ସବୁ ଭାଗ୍ୟର ଖେଳ 

ବାସ୍ତବ ଅବା ଅଟେ କୁତୂହଳ , 

ଫସକା ପ୍ରୀତି ବୋଧେ ତୋର ଆଶ 

ଫପସା ଅବା ସବୁ ଫରମାସ ,

ପୁଂଷ ହୋଇ ନପୁଂଷକ ଲାଗେ ଯାହା 

ସରମେ କାହାକୁ କହିବଇଁ ତାହା.... ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ଚୀନାସୁଂକ: ଅତି ପତଳା ଝୀନବସ୍ତ୍ର


Rate this content
Log in