ନୟାନ୍ତ
ନୟାନ୍ତ
ବୋଲରେ ନଥାଏ ବୋଲି ଭାରୀ
ବାଧେ ତା ଦୁଷ୍ଟାମୀର ଭାଷା,
ତାକୁ ମନେଇବାକୁ ଯାଇ ଚିରକାଳ
ଯେତେ ସବୁ ଜଟିଳ ଅଙ୍କ କଷା ।
ସେ କିନ୍ତୁ ବେଧଡକ ଚଲେଇଥାଏ
ନିଜ ସଇରେ ଜୀବନର ଫର୍ଦ୍ଦ,
ସରେନା କେବେ ବି ତା ଇସ୍ତାହାର
ନୂଆ ନୂଆ ପୃଷ୍ଠାର ନୂଆ ଦସ୍ତାବିଜ।
ସେ ତ ଆବୋରି ବସିଥାଏ ସାରାଟା ସତ୍ତାକୁ
ତାକୁ ଛାଡି ସୁଖ ଅବା କାହିଁ
ନୟାନ୍ତ କରୁଛି ପଛେ ବରାବର ଦୁଃଖରେ
"ମନ"କୁ ଭୁଲି ଜୀବନର ସଂଜ୍ଞା ବି ତ ନାହିଁ।