ସାଙ୍ଗସାଥି ଭାବ ଅତ୍ୟନ୍ତ ନିବିଡ଼
ସାଙ୍ଗସାଥି ଭାବ ଅତ୍ୟନ୍ତ ନିବିଡ଼
ସାଙ୍ଗସାଥି ଭାବ ଅତ୍ୟନ୍ତ ନିବିଡ଼
ଯେ ବାନ୍ଧେ ସେ ଜାଣେ ଭାବ,
ଧନ ଦଉଲତ ଆଗେ ତଉଲିଲେ
ଉଣା ନିଶ୍ଚିତ ହୋଇବ ।
ସାଙ୍ଗସାଥି ମେଳେ କଟିଯାଏ ଦିନ
ପଡେ ନାହିଁ କେବେ ଜଣା,
ହିଂସା ଦ୍ଵେଷ ଭୁଲି ସ୍ନେହର ବନ୍ଧନେ
ବନ୍ଧୁ ଭାବେ ହେଉ ଗଣା ।
ସାଥିର ବିପଦ ଆପଦରେ ସଦା
ପାଖେ ଯାଇ ହେଉ ଉଭା,
ଉଭା ହୋଇଗଲେ ବନ୍ଧୁ ନିକଟରେ
ଲାଗେ ତାଙ୍କୁ ସୂର୍ଯ୍ୟ ପ୍ରଭା ।
ପିଲାବେଳ ସାଥୀ ଭାରି ମନଲୋଭା
ଛନ୍ଦକପଟ ବିହୀନ,
ହସି, ଖେଳି,ଗାଇ ,ନାଚି ବିତିଯାଏ
ଅଭୁଲା ସେ ପିଲାଦିନ ।
ଏବେ ନାହିଁ ଆଉ ସେହି ପିଲାବେଳ
ବୁଡୁ ସଂସାର ମଧ୍ୟରେ,
କର୍ମ ସନ୍ଧାନରେ ଯେ ଯୁଆଡେ ଯାନ୍ତି
ରହନ୍ତି ତ କେତେ ଦୂରେ।
ଆସନ୍ତା କି ଫେରି ପୁଣି ପିଲାଦିନ
ପୁଣି ସେହି ଧୂଳିଖେଳ,
ବିତନ୍ତା ସେମିତି ଦିବସ ରଜନୀ
ନ ଥାନ୍ତା ଘୋର ଜଞ୍ଜାଳ ।
*ପ୍ରଣତି ମହାପାତ୍ର*
*ବାଲେଶ୍ୱର*