Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଦୁନିଆ ଦାଣ୍ଡରେ ସତ ମୁଁ କହିବି

ଦୁନିଆ ଦାଣ୍ଡରେ ସତ ମୁଁ କହିବି

1 min
6.5K


ଦୁନିଆ ଦାଣ୍ଡରେ ସତ ମୁଁ କହିବି

 

ପର୍ଶୁରାମ ବିଶ୍ୱାଳ

 

ବେଦ ପଇତା ମୁଁ କାନ୍ଧରେ ପକାଏ, ମଥାରେ ଚନ୍ଦନ ଚିତା

ସଭିଏ ଡାକନ୍ତି ମାଧିଆନା ବୋଲି ବାପ-ପୁଅ-ଝିଅ-ମାତା

କହେ ସତ ଜଗା ନାଆଁକୁ ତୋ ପୂଜା

ଖାଲି ରୋଜଗାର ଚିନ୍ତା ।

 

ଅଧା ପୂଜାପାଠ ନସରୁଣୁ କା’ର ଆସେ ଫୋଅନ ଖବର

କେତେବେଳେ ନନା ଆସିବ ହେ କୁହ, ହେଲାଣି ଭାରି ଉଛୁର

ସେଇଠି ରହିବ ସେ ପୂଜାଟି ମୋର

ପୂରା ପଇସା ବ୍ୟବସ୍ଥା ।

 

ମାନସିକ କରି ଶିବ ମୁଣ୍ଡେ କ୍ଷୀର ଢାଳନ୍ତି କେ’ କେତେ ଆସି

ଅଧା ଢାଳେ ମୁହିଁ ଲିଙ୍ଗଟି ଉପରେ, ଅଧାରେ ହୁଏ ମୁଁ ଖୁସି

ମୋର ପିଲାଛୁଆ କାମ ଚଳିଯାଏ

ନାହିଁ କ୍ଷୀର କିଣା କଥା ।

 

ଠାକୁରପୂଜାରେ ଏଠି ଜୋଡ଼, ସେଠି ଶାଢ଼ୀ ଦରକାର କହି

ଯଜମାନଠାରୁ ନିଏ ମନଇଚ୍ଛା ଗଣ୍ଠିଲି ମୋ ଘରେ ଥୋଇ

ବେଳ କାଳ ଦେଖି ବିକେ ବଜାରରେ

ଅବଶ୍ୟ ସେ ଟିକେ ଶସ୍ତା ।

 

ମାନୁଛିରେ ଜଗା, ଏଇ ପାପକାମ ତୋର ନାଆଁ ଗୋଟି ଧରି

କରିବିନି ଆଉ ଏ କାମ କୋଉଠି, କହୁଛି ଶପଥ କରି

ବ୍ରାହ୍ମଣ ଜାତିର ରଖିବି ମହତ

ହବନି ଆଉ ଅନ୍ୟଥା ।

 

ପୂଜାପାଠ ସବୁ ଲୋକଦେଖାଣିଆ, ଭକତିରେ ସବୁ ଅଛି

ଏଇ କଥା ଗୋଟି ବୁଲି ମୁଁ କହିବି ମନେମନେ ପାଞ୍ଚିଅଛି

ଦୁନିଆଦାଣ୍ଡରେ ସତ ମୁଁ କହିବି

ତେଲିଆ ନହେଉ ହାତ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in