Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Others

3  

Deepak Sarangi

Others

ଆମ ଭIରତବର୍ଷ

ଆମ ଭIରତବର୍ଷ

1 min
135



ସ୍ଵାଧୀନ ଭାରତ ବର୍ଷର

ପରାଧୀନ ପ୍ରଜା ଆମେ

ବିଦେଶୀ ପୋଷାକ ବିଦେଶୀ ଯନ୍ତ୍ରର

ବ୍ୟବହାର କରି ସାରା ଦେଶ ଆଜି ଝୁମେ ।


ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ

ପୂରଣ କରିଛି ଏ ଭାରତ ବର୍ଷ

ପଚାଶ ବରଷ ପରେ ମଧ୍ୟ ଏ ଦେଶେ

ମେଣ୍ଟିପାରିନାହିଁ ହିନ୍ଦୁ ମୁସଲିମର ଦ୍ଵେଷ ।


ଆଧୁନିକତାର ସ୍ପର୍ଶପାଇ ଦିଗହରା

ହୋଇଛି ଆମର ଏ ଦେଶ

ସମ୍ପ୍ରଦାୟିକତାର ନିର୍ମମ ପ୍ରହାରରେ

ଯୋଡି ହୋଇଛି କେତେ କଷ୍ଟ ଆଉ କ୍ଲେଶ ।


ପଡୋଶୀ ରାଷ୍ଟ୍ରର ଗୁଳିମାଡରେ

ପଡିଛି କେତେ ଯବାନର ରକ୍ତଛିଟା

ହଟିଯାଇନି ରଣଭୂମିରୁ ସେ

ସହିଦ ହୋଇଛି ଦେଖାଇ ନିଜ ପରାକାଷ୍ଠା ।


ଧର୍ମ ନାମରେ ଚାଲେ ଏଠି କେତେ

ବାବାମାତାଙ୍କର କଳାକାରନାମା

ଗଣମାଧ୍ୟମ ଓ ସମ୍ବାଦପତ୍ର ରେ

ଏମାନେ ହୋଇଥାନ୍ତି ଶିରୋନାମା ।


ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ କରିଛି

ଏ ଦେଶ ବହୁ ଅଗ୍ରଗତି

ରୁଗଣ ମାନସିକତାର ପରିଚୟ ଦେଇ

ଦେଶବାସୀ କରନ୍ତି ଦେଶର ବହୁ କ୍ଷତି ।


ଯାହା ହେଉ ପଛେ ଏ ଦେଶ ଆମର

ଆମେ କହୁ ସଦା ଜୟଜବାନ ଜୟକିଶାନ

ରହିଥିଲା, ରହିଛି ଓ ରହିଥିବ ମଧ୍ୟ

ଆମ ଏ ଭାରତବର୍ଷ ଚିରକାଳ ପାଇଁ ମହାନ ।

ଦୀପକ ଷଡଙ୍ଗୀ


Rate this content
Log in