Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଜହର

ଜହର

1 min
7.2K


ଜହର ବି ବେଳେ ବେଳେ
ଜୀବନ ବଞ୍ଚାଏ,
ଅମୃତକୁ କାହିଁକି ଖୋଜୁଛ ?

ଅମୃତ ଯେ ବିକାହୁଏ
ଭେଜାଲ୍ ବଜାରେ,
ସହରଟା ଅସତ୍ୟ,ଜାଣିଛ !

ସତ୍ୟର ସହରେ ଆଜି
ହେଉଛି ନିଲାମ୍,
ଗାନ୍ଧୀବାଦ,ନିଷ୍ଠା ମଣିଷର ।

ରାଷ୍ଟ୍ର ଶାନ୍ତି,ରାମଧୁନ୍
ଲଜ୍ଜିତ,ଲାଂଛିତ
ମୃତାହତ ମର୍ଯ୍ୟାଦା ଜାତିର ।

ଜହର ଯେ ସବୁବେଳେ
ମୃତ୍ୟୁର କାରଣ,
ଏହି ସତ୍ୟ ନୁହେଁ ଚିରନ୍ତନ ।

ଦେବ ଦେବ ମହାଦେବ
ଜହର ଆକଣ୍ଠି,
ରକ୍ଷିଥିଲେ ସମ୍ଭ୍ରାନ୍ତ ସୃଜନ ।

ବିଜ୍ଞାନ ବିଜ୍ଞ ଜହର
ଶିଳ୍ପ ସ୍ୱରୂପରେ,
କରୁନି କି ବିଶ୍ୱ ପ୍ରଦୂଷଣ ?

ଛାଡି କି ପାରୁଛ ତାକୁ
ଭୁଲି କି ପାରୁଛ,
ଅଙ୍ଗାଙ୍ଗୀ ଜଡିତ ପ୍ରତିକ୍ଷଣ ।

ସୁଖାଦ୍ୟରେ ମିଶେ ଯେବେ
ଜ୍ୱଳନ୍ତ ଜହର
ପ୍ରତିକାର ରହିଛି ତହିଁର ।

କର୍ଣ ମନ୍ତ୍ର ଜହରର
ନାହିଁ ପ୍ରତିକାର
ପ୍ରତିକ୍ଷଣେ ଦୁର୍ଦ୍ଧାନ୍ତ ଗରଳ ।

ଡର ଯେବେ ଜହରକୁ
ଦୂର କରିଦିଅ
ଭୟାଭୟ ମନର ଜହର ।

ବିନିମୟେ ଲାଭ ହେବ
ଅମୃତ ବନ୍ଧୁତା
ଜୀବନର ସ୍ବର୍ଣ୍ଣାଭ ଭାସ୍ବର ।


Rate this content
Log in