Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ହେଉ ଜାଗରଣ

ହେଉ ଜାଗରଣ

1 min
6.7K



(ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟନଗର ,ୟୁନିଟ-୮ଭୁବନେଶ୍ବର)


ଉଠ ହେ ଉତ୍କଳ !! ଜାଗୁ ଜାଗରଣ ,

ଭାଷା ବୃକ୍ଷ ଯାଉ ବଂଚି ।

ପ୍ରତିଷ୍ଠା ପ୍ରତିଜ୍ଞା ଭୂଲି ଯିବା ନାହିଁ ,

ସଂଜୀବନି ଦିଅ ସିଞ୍ଚି ।।

ଜୟ ଜଗନ୍ନାଥ ଜୟ ଜନନୀ ,

ଜୟ ହିନ୍ଦ ରେ ବିତି ।

ଏ ମାଟି କୁହଇ ଆମରି ଭାବନା ,

ଲେଖିବାକୁ ନାହିଁ ଇତି ।।

ଭାବନା ବନ୍ଧ ରେ ସୁରୁଜ ଉଆଁଇ ,

ଲେଖି ଯାଅ ଶୁଭ ଗୀତି ।

ତୋଳି ଆଣ ଦିବ୍ୟ ସୁଶୋଭିତ ଜ୍ୟୋତ୍ସ୍ନା ,

ରେଣୁ ସୂତ୍ରେ ଗୁନ୍ଥା ମୋତି ।।

ସମୟେ ସମୟ ଦେଉଛି ଡାକରା ,

ଜାଗ ଦୂରୁବଳ ଜାତି ।

ବିଞ୍ଚାଇ ବିଶ୍ଵାସ ନିଶ୍ଵାସ ପ୍ରାଙ୍ଗଣେ ,

ସୃଷ୍ଟି ସଂରକ୍ଷଣେ ମାତି ।।

ରଖିବାକୁ ହେବ ମାନବିକ ମୂଲ୍ୟ ,

ନିୟମ ରେ ଦେଇ ଗତି ।

ଜୀଵ ଜଗତର ମଙ୍ଗଳ ମନାସୀ ,

ଏ ଜୀବନୁ ପାଏ ମୁକ୍ତି।।




Rate this content
Log in

Similar oriya poem from Inspirational