Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ପ୍ରଣତି

ପ୍ରଣତି

1 min
13.7K


ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ତୁହିମା ପବିତ୍ର ଭାରତ ଭୂମି,

ତୋର ଉପାଦାନେ ଗଢା ଯା ଶରୀର

ତୋ କୋଳରେ ଥିଲେ ଯେହୁ ଜନମି,

ଯ଼େ ବୀର ପୁଙ୍ଗବେ ଢାଳି ଦେହୁ ରକ୍ତ

ଲଢିଲେ ତୋହର ମୁକତି ପାଇଁ,

ଯା ହୃଦୟେ ମା ମମତା ସରିତ

ହୋଇ ବହିଥିଲା ଉତ୍ତଳା ହୋଇ,

ଯେ ବୀର ହୋଇଲେ ଶହୀଦ ତୋ ଲାଗି

ଯେ ବରିଲେ କାରା ଗାଇ ତୋ ଗାଥା,

ଯେ ପ୍ରାଣୁ ଉଠିଲା ସ୍ୱାଧୀନତା ଉତ୍ସ

କରିବାକୁ ଲୋପ ଫିରିଙ୍ଗ ସତ୍ତା,

ଯା ଅହିଂସା ବାଣୀ ସିଞ୍ଚି ମନ୍ତ୍ର ପାଣି

ଜଗାଇଲା ସାରା ଦେଶେ ପୁଲକ,

ଯା ହୁଙ୍କାରେ ଦିନେ ଆଜାଦ୍ ହିନ୍ଦ୍

ଫଉଜ ଡାକିଲା ରଖ ମୂଲକ,

ଯାର ପଞ୍ଚଶୀଳ ପ୍ରଚାରିଲା ଦେଶେ

ଶାନ୍ତି ମୈତ୍ରୀର କବିତା ଗାଥା,

ଯେ ବୀର ଭଜିଲା ବିଦେଶ ଭୂଇଁରେ

ଶାନ୍ତି ପ୍ରଚାରି ମରଣ କଥା,

ଯେ ଦେଇ ମୁକତି ଲଭିଲେ ମୁକତି

ହୋଇଲେ ଏ ଦେଶେ ଚିର ଅମର,

ପଞ୍ଚବିଶତିର ଏ ଶୁଭ ଲଗନେ

ସେ ଚରଣ ତରଣ ତଳେ ପ୍ରଣତି ମୋର II

******


Rate this content
Log in

Similar oriya poem from Inspirational