ଜେଜଙ୍କ ସ୍ମୃତି ଫରୁଆ
ଜେଜଙ୍କ ସ୍ମୃତି ଫରୁଆ
ଗିରିଷମ ଛୁଟିର ସେ ଶେଷ ରବିବାର,
ଯମରାଜ ଦରବାାରେ ପଡିି଼ଛି ବିିଚାର।
ଗଣନା କରୁୁଛି ଚିିତ୍ରଗୁପ୍ତ ପାଞ୍ଜି ଧରି,
ଏଣ୍ଡୁଅ ଗୋଟିଏ କୁନା ଦେଇଅଛି ମାରି।
କଙ୍କି ପ୍ରଜାପତି ଆଉ ଗୁଣ୍ଡୁଚିକୁ ଧରି,
ଢାବଲରେ ପୁରାଉଛି ଗୋଟି ଗୋଟି କରି।
କଙ୍କି ଲାଙ୍ଗୁଡ଼଼କୁ ବାନ୍ଧି ଦେଇଣ ସୂତାରେ,
କଲବଲ କରିିଅଛି ଉଡ଼ାଇଣ ତାରେ।
ଧାରୁଆ କ୍ଷୁୁୁରରେ କାଟି କଙ୍କି ମୁଣ୍ଡ ଗଣ୍ଡି,
ମିଛ କଥା କୁୁହେ ସେ ତ ସମସ୍ତଙ୍କୁ ଭଣ୍ଡି।
ଯମରାଜ ବସିଅଛି ମହିଷି ଉପର,
ରୂପ ତାର କେଡେ଼ କଳା ଆଉ କଦାକାର।
କୋଦାଳର ସମ ତାର ଦୁଇ ଛାମୁ ଦାନ୍ତ,
ଆଉ ସବୁ ଦାନ୍ତ ଦିଶେ କତାଟି ଯେମନ୍ତ।
ଅଳତାର ପ୍ରାୟ ତାର ଦୁଇ ଢିମା ଆଖି,
ଗର୍ଜନ ତର୍ଜନେ ଥରିିଉଠେ କୁୁନା ଛାତି।
କୁନା ଦୁଇ ପାଖେ ଠିଆ ଦୁଇ ଯମଦୂତ,
ଡରାନ୍ତି କୁୁନାକୁ କଡ଼ମଡ଼ କରି ଦାନ୍ତ।
ମିଟିମିଟି ଆଖି କରି କୁନା ଯେ ଦେଖଇ,
ଜେଜ ତାର ବସିଛନ୍ତି ଯମରାଜ ହୋଇ।
ଚିତ୍ରଗୁପ୍ତ ପଚାରଇ କିବା ଦଣ୍ଡ ଦେବା,
କୁନା ହାତରେ ତତଲା ତେଲ ଢାଳି ଦେବା।
କୁନା ଡରି ମରି ଜେଜ ପାଦତଳେ ପଡ଼ି,
ଏଣ୍ଡୁଅ ମୁଁ ମାରି ନାହିଁ କରଇ ଗୁହାରି।
କରୁୁୁଣ ସ୍ୱରରେ କୁନା କହେ ଜେଜ ଶୁଣ,
ମୁନା ଢେଲାରେ ମାରିଛି ସତ ବିିଦ୍ୟା ରାଣ।
ଜେଜ କହନ୍ତି ଆରେ ତୁ ମୋ ନାତିଆ ଟୋକା,
ତୁହି ଏକା ଚତୁରଟି ଆମେ ସବୁ ବୋକା।
ଏତେ ମିଛ କହୁ ତୁୁୁହି ଆରେ ରେ ଠାପୁଆ,
ମୁହିଁ ପରା ରଖିଅଛି ସ୍ମୁତିର ଫରୁଆ।
ବିକଟାଳ ହସରେ ସେ ସଭା କମ୍ପାଇଲେ,
ଅଣ୍ଟିରେ ହାତ ପୁୁୁରେଇ ମୋବାଇଲ କାଢ଼଼ିଲେ।
କହିଲେ ଦେଉଛି ତୋତେ ଶୁଣିଥା ରେ ପୁଅ,
ଏଥିରେ ରଖିଛି ମୁୁୁହିଁ ସବୁ ଯେ ଭିଡିଓ।
ଏତେ କହି ଜେଜ ତାାଙ୍କ ମୋବାଇଲ ଖୋଲିଲେ,
ଏଲିିିଡି ରେ ସର୍ବେ କର୍ମ କୁୁନାର ଦେଖିଲେ।
ଢେଲା ଫିଂଗିି କୁୁୁନା ମାରେ କାଉ ଏଣ୍ଡୁଅକୁ,
ଗୁଣ୍ଡୁଚି ମୂଷାକୁ ମାରେ ଧରି ତା ଲାଞ୍ଜକୁ।
ବେଙ୍ଗ ଛୁୁୁଆ ଦେଖିଲେ ତ ଗୋଡ଼ାଇଣ ଯାଏ,
ପାଦେ ଦଳି ମାରି ତାକୁ ତାଳି ସେ ବଜାଏ।
ଏଡ଼଼େ଼ଏଡ଼େ ଆଖିରୁ କୁନାର ଝରେ ଲୁହ,
କିଏ ରେକଡ଼ିଂ କରିିିଛି ଜେଜ ତୁମେ କୁହ।
ଜୀବଜନ୍ତୁ ମାରିବାକୁ ଦେଈ ମନା କରେ,
ନିଶ୍ଚେ ସେ ହିଁ ପୁରାଇଛି ସବୁ ଭିଡିଓରେ।
ଆଉ ପାପ କରିିିବିିିନି ସତ୍ୟ କଲି ମୁହିଁ,
ସ୍ମତିଫରୁଆ କହିିିବ ଏବେ ସାକ୍ଷ୍ୟ ଦେଇ।
ଦଣ୍ଡ ଶୁଣାଇଲେ ଜେଜ ଯମରାଜ ରୂପେ,
ଅନ୍ଧାର ଘରେ ପୁରାଅ କୁନାକୁ ଯେ ଏବେ।
ମୋବାଇଲ ତାହାର ତୁମେ ଛଡ଼ାଇଣ ନିଅ,
ଏହାଠାରୁ ବଳି ଦଣ୍ଡ କିବା ଅଛି କୁହ।
ଚିତ୍କାର କରିଲା କୁନା ଯାହା ଦଣ୍ଡ ଦିିିଅ,
ମୋବାଇଲ ଗୋଟିକ ମୋର ଫେରେଇଣ ଦିଅ।
ଚମକି ଉଠି ନିଦରୁ ବସିଲା ଖଟରେ,
ଏଡ଼଼େ଼ କାଣ୍ଡ ଘଟୁଥିଲା ସତେ ସପନରେ।
ପ୍ରତିଜ୍ଞା କରିଲା କୁନା ହେବ ସୁନାପିଲା,
ଜୀବଜନ୍ତୁ ମାରିବନି ପକାଇଣ ଢେଲା।
ସ୍ମତିର ଫରୁଆ ସତେ ମୋବାଇଲ ଆଜି,
ଗୁମର ଖୋଲିବ ମନେ ରଖ ଏହା ହେଜି।
ଆରତୀ ସାହୁ (ଆଶା)
ବସନ୍ତ ବିିିହାର
ନୂଆଦିଲ୍ଲୀ