ସଭିଙ୍କ ଭରସା
ସଭିଙ୍କ ଭରସା
ଶୁଷ୍କ ପୃଥ୍ଵୀ ଦେଖି ଇନ୍ଦ୍ରଦେବ ପୁଣି
ଦୟାଭାବେ ବର୍ଷିଗଲେ,
ଖଣ୍ଡ ଖଣ୍ଡ କଳା ମେଘମାଳା ରୂପେ
ଗଗନେ ଉଭା ହୋଇଲେ।
ପାହାଡ଼ ଉହାଡେ କଳାହାଣ୍ଡିଆର
ରୂପରେ ହେଲେ ପ୍ରକଟ,
ଅପୂର୍ବ ସୁନ୍ଦର ରୂପ ଦେଖି ଶିଖି
ପୁଛ ଟେକି କରେ ନାଟ।
ଶୀତଳ ବାଆ ଓ ସ୍ଵଛ ଜଳଧାରା
ବିଞ୍ଚି ହୁଏ ଧରାପରେ,
ନାଲି ଟୋପାଟୋପା ଜଳରାଶି ଖସେ
ଚାଳରୁ ଦନେଇ ଘରେ।
କୁଆ ପାରା ଘରଚଟିଆ ସମେତ
ଗଛଡାଳେ ପକ୍ଷ ମେଲି,
ଉତପ୍ତ ଦାଉରୁରକ୍ଷା ପାଇ ସେ ଯେ
ହସୁଥାନ୍ତି ଖିଲି ଖିଲି।
ଗୋଳିପାଣି ସୁଅରେ ଗାଆଁ ପିଲାମାନେ
ଭସାନ୍ତି କାଗଜ ଡଙ୍ଗା,
ନରିଆ ଭାଇଟା ବରଷାକୁ ଦେଖି
ସଜାଡେ ତାହାର ଡଙ୍ଗା।
ଚାଷୀ ବାପୁଡା ତା କାଶିଆ କପିଳା
ଧରିଣ କ୍ଷେତକୁ ଯାଏ,
କର୍ଷଣ କରିଣ ବିହନ ବୁଣଇ
ବର୍ଷା କୁ ନ ଡରି ସିଏ।
ବରଷା ଋତୁଟା ସଭିଙ୍କ ଭରସା
ନରପଶୁ ପକ୍ଷୀ ଯାଏ,
ଆନନ୍ଦରେ କାଳାତିପାତ କରନ୍ତି
କବିତାରେ ଗାଇଯାଏ।