ସୁସ୍ୱାଗତମ୍
ସୁସ୍ୱାଗତମ୍
ସୂର୍ଯ୍ୟାସ୍ତ ପୂର୍ବରୁ
ତପୋବନର ଶାଶ୍ୱତ ପ୍ରାଂଗଣୁ
ଲୁଣ୍ଠିତ ତୁଳସୀ, ଚନ୍ଦନ ସୁବାସ
ନିଖୋଜ ଫୁଲର ସୁରଭି
ମଂନ୍ଦ୍ରିତ ଝାଉଁବନ କାନ୍ଦୁଥିଲା କଇଁକଇଁ
ଖାସ୍ ତୁମରି ପାଇଁ, ତୁମରି ପାଇଁ ।
ତୁମ ଉପସ୍ଥିତିରେ
ଜହ୍ନଁ ଉଉଁଥିଲା ଯଥେଷ୍ଟ ସଅଳ
ଖାଲି ତୁମକୁ ଶେଫାଳୀର ଗନ୍ଧ ଭଲଲାଗେ ବୋଲି,
ଫୁଲସବୁ ଜାଣିଥିଲେ
ତୁମେ ଆସିବ ଆକାଶକୁ ଚାହିଁବ,
ସେ ମୁହୂର୍ତରେ ଟିକେ ଥଟ୍ଟା ହେଲେ
ଖୁବ୍ ବେଶୀ ରାଗିଯିବ
ଅଭିଶାପ ଦେବାକୁ ଧମକ ବି ଦେବ ।
କିଏ ଜାଣିଥିଲା -
ତୁମ ଆସିବାରେ ଏତେ ବିଳମ୍ବ ଘଟିବ,
ପ୍ରତୀକ୍ଷାରେ ଅତିଷ୍ଟ
ଜହ୍ନଁ, ତାରା, ଝରଣା, ଏଘର ଅଗଣା
ନିଦେଇ ଗଲେଣି ଘାସଫୁଲ
ତଥାପି ସରିନାହିଁ ସ୍ୱପ୍ନ ଦେଖା
ଘରସଜା ଅବା ବହିପଢ଼ା ।ତୁମେ ନ ଆସିଲେ ଆଉ କିଏ ସେ
ଶ୍ରୀଅରବିନ୍ଦଂକ ସାବିତ୍ରୀ ପଢ଼ିବଅତିମାନସର କଥା ବଖାଣିବ ।
ଦୂଆର ମୁହଁରେ ଷଡଭୂଜି ଦର୍ପଣେ
ଦିଶୁନାହିଁ ଆସନ୍ତା କାଲିର ମୁହଁ
ଆସଆସ, ତୁମେ ଶୀଘ୍ର ଫେରିଆସ ।
ତୁମକୁ କି ଅଜଣା ସ୍ୱପ୍ନଭଂଗର ଯନ୍ତ୍ରଣା
ଭଂଗାଘରର ଯାତନା,
ତୁମେ ଆସିଲେ ଯାଇ
ଘର କୋଣ ଅଳନ୍ଧୁ ଝାଡିବା,
କାଗଜ ଫୁଲ ଓ ମଧୁମାଳତୀ ପାଇଁ
ମଞ୍ଚା ପାରିଦେବା
ପୁଣି ସାଥିହୋଇ ମଣିଷ ଖୋଜିବା,
କବିତା ଲେଖିବା ।।
...
Email:litp.ranjan@gmail.com