Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

5.0  

Ranjan Kumar Brahma

Others

ଉପହାର

ଉପହାର

1 min
6.1K


ଉପହାର
 
ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କ ପାଇଁ ଉତ୍ସର୍ଗ ( ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ CRCC)
 
ମୁଁ ଜାଣେ;
ମୋ ପାଇଁ ହୃଦୟରେ ତୁମ
ପ୍ରେମ ଅଛି ବୋଲି
ତୁମ ଯୋଜନାମାନ କହୁଛି ।
କାନ ଦୁଇଟିକୁ ଠିକ୍
ଶୁଭୁ ନାହିଁ ବୋଲି
କର୍ଣ୍ଣ ଯନ୍ତ୍ର ଟିଏ ପାଇଛି ।।
 
କାଖରେ ବାଡିଟି
ହାତରେ ବାଡିଟି
ଲମ୍ବେଇ ଲମ୍ବେଇ ପଡୁଛି ।
ତୁମେ ଦେଇଥିବା କୁତ୍ରିମ ଅଙ୍ଗଟି
ମୋ ଚଲା ବାଟର
ଘନିଷ୍ଟ ବନ୍ଧୁ ସାଜୁଛି ।।
 
ମୋ ଗାଁଆ ବିଦ୍ୟାଳୟେ
ଏପରି ସବୁଠି,
ସଭିଙ୍କ ପରି ମୋ ପାଇଁ ମଧ୍ୟ
ଅଂଶଗ୍ରହଣ ସହ
ସମାନ ସୁଯୋଗ ରହୁଛି ।
ବ୍ରେଲି ବହିଟି, ଆହା !
କେତେ ଯେ ସୁନ୍ଦର
ତହିଁରେ ହାତକୁ ବୁଲାଇ ଜାଣୁଛି ।
ଚାଲାକ ଚତୁର ବୁଦ୍ଧିଆ ହୋଇ
ଯୁଗ ସହତାଳ ଦେଉଛି ।।
 
ମୁଁ ଅସୁନ୍ଦର ନୁହେଁ
ପଛୁଆ ବି ନୁହେଁ
ଠାକୁର ଅପାର ଦକ୍ଷତା ଦେଇଛି ।
ପ୍ରତିନିଧି ଭାବେ ତୁମକୁ ପଠାଇ
ଉପହାରମାନ ଦେଉଛି ।
ସେ ସବୁଗୁଡିକ କେତେଯେ ଜରୁରୀ
ତାଙ୍କଠୁଁ ବେଶି କିଏ ବା ଜାଣିଛି ?
 
ଆଜି ମୁଁ ସାମାଜିକ
ମୁଁ ସମର୍ଥ
ତୁମର ପ୍ରେମ ତୁମର ଯତ୍ନ
ମୋତେ ଚଳଚଞ୍ଚଳ କରୁଛି ।
ମାଟି ମାଆର
ମୁଁ ସୁଯୋଗ୍ୟ ସନ୍ତାନ
ଦେଶ ସେବାରେ ଲାଗିଛି ।।
 
-------------

 

 
 


Rate this content
Log in