Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Others

3  

Nibedita Mishra

Others

ସମୀକ୍ଷା

ସମୀକ୍ଷା

1 min
131


ଜୀବନ ଏକ ଶୂନ୍ଯ ବେଳାଭୂମିର ତୀର

ତୁହାକୁ ତୁହା ସପନର ପ୍ରହାର,

ଚୋରାବାଲି ସମ ବୟସର ଅବକ୍ଷୟ

ତଥାପି ନିରୁଦିଷ୍ଟ ମୋ ପରିଚୟ।


ଚାଲିଛି ସଂଗ୍ରାମର ପର୍ଯ୍ଯାୟ ଅବିରତ

ସ୍ଥିତିର ସନ୍ଧାନରେ ବ୍ଯସ୍ତ ବିବ୍ରତ,

ନିଃସ୍ବ କୁଡିଆଟି ପରି ନୀରବ ଦର୍ଶକ

ଜୀବନର ସ୍ମୃତି ସମ୍ପଦ ଯେତକ।


ନିଜ ପ୍ରତିଛବି ଆଜି ସଂଦେହ ଘେରରେ

ସୁନ୍ଦର ଅସୁନ୍ଦର କିଏ ପଚାରେ,

ଇଚ୍ଛାହୁଏ ରୋକିବାକୁ ସମୟର ସ୍ରୋତ

ହେଲେ ସେ ନିମିଷେ ପାଲଟେ ଅତୀତ।


ଭାରି ଅସ୍ପଷ୍ଚ ଜୀବନର ପ୍ରକୃତ ଅର୍ଥ

ତାକୁ ବ୍ଯାଖ୍ଯା କରିବା ବ୍ଯର୍ଥ ପ୍ରୟାସ,

ସନ୍ଦେହୀ ମନରେ ବାରମ୍ବାର ପ୍ରଶ୍ନବାଣ

ଖୋଜେ ସାନ୍ତ୍ବନା ଭରା ପୁଣି ଆଶ୍ବାସ।


ଲମ୍ବିଛି ଆଗକୁ ଏକ ପଥ ଅବିଶ୍ରାନ୍ତ

ଅନନ୍ତ ବିସ୍ତୃତ ସୀମାରେଖା ସହ,

ଆଗେଇ ଯିବାକୁ ହେବ ଆଗଭର ହୋଇ

ସାଜି ଏକ ଅଭିପସିତ ବାର୍ତ୍ତାବହ।


ନିବେଦିତା ମିଶ୍ର


Rate this content
Log in