Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ତୁମେ କା-ହାର

ତୁମେ କା-ହାର

1 min
6.5K


ଦୀପ୍ତିଲେଖା ମିଶ୍ର


ପ୍ରଭୁ ତୁମେ ପ୍ରକୃତରେ କାହାର

କା-ହାର ନା କାହାର ଆହାର

ଦୁଃଖି ରଙ୍କିଙ୍କର ନା ଧନୀମାନଙ୍କର

ବିକଳାଙ୍ଗର ନା ପୂର୍ଣ୍ଣଶରୀରର l

ତୁମେ ପ୍ରକୃତରେ କାହାର

ସତ୍ୟର ନା ମିଥ୍ୟାର

ସଂସ୍କାରର ନା ଅପସଂସ୍କୃତିର ॥

ତୁମେ କାହାର ତୁମେ କା-ହାର

ସତ୍ୟ ଗଳାରେ ତୁମେ ସୁନ୍ଦର

ନା ମିଥ୍ୟା ଗଳାରେ ଲାଗ ସୁନ୍ଦର

ଜାଣିନି ତୁମେ କାହାର କା-ହାର l

ତୁମେ ପୁରୁଷର ନା ସ୍ତ୍ରୀର

ତୁମେ କାହା ଗଳାର ହାର

ଶତକଡ଼ା କେତେ ହାର କାହାର

ତୁମେ କାହାର ତୁମେ କା-ହାର ॥

ଜାଣିନି ତୁମେ ରୂପାର ହାର

ନା ସୁନାର ହାର

ତୁମେ ହିରାର ହାର

ନା ମୋତି ମାନିକର

ନା ସଜ ଫୁଲର ହାର

ତୁମେ କାହାର କା-ହାର l

ହାରିଯିବା ହାର ନା ଗଳାର ହାର

ଗଣିତର ଶତକଡ଼ା ହାର ନା ମାଳିର

ତୁମେ କାଉର ଆହାର

ନା ତୁମେ ସଭିଙ୍କର ଉପହାର

ତୁମେ କାହାର ତୁମେ କା-ହାର ॥


Rate this content
Log in