Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-16

ଜୀବନ ଗୀତା-16

1 min
13.9K


 
 
ନିରାଶାର କଳାମେଘ ସବୁ
ଘୋଟିଗଲା ପରେ
କ୍ଳାନ୍ତ ପଥିକ ମୁଁ ନତଜାନୁ
ଜୀବନ ପଥରେ ॥୦॥
 
ବିରହୀ ମନକୁ ମୋର କିଏ ବୁଝାଇବ
ନିଃସଙ୍ଗ ଜୀବନ ପଥେ ସାଥୀ କେ ହୋଇବ
ଅସାର ଜୀବନ ଅସ୍ଥିର ଏ ମନ
ସାରଥି କେ ହେବ ଏଇ ଭଙ୍ଗା
ଜୀବନ ରଥରେ ॥୧॥
 
ଗୋଧୂଳି ଲଗନ ଲେଉଟାଣି ପକ୍ଷୀକୁଳ
ସାଥୀ କେ ହୋଇବ ଆଉ ଏ ସମୟେ ମୋର
ଆଗକୁ ଅନ୍ଧାର ପଥ ବହୁ ଦୂର
କିଏ ଆସି ଏଇ ଅବେଳରେ
ଧରିବ ହାତରେ ॥୨॥


Rate this content
Log in