Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Fantasy

5.0  

Ranjita Das

Fantasy

ଧୂପ

ଧୂପ

1 min
345


ସକାଳ ପୂଜାରେ ଲୋଡ଼ା ମୁଁ ,

ସଞ୍ଜ ଗଡ଼ିଗଲେ ଲୋଡ଼ା |

ସଂକ୍ରାନ୍ତି ପୁନେଇଁ ପରବରେ 

ଲୋଡ଼ା ମୁଁ ହେଲି ,

ପୁଣି ଦଶାହ ତୁଠରେ ଲୋଡ଼ା |


ମଶାଣି ପଡିଆରେ ଖୋଜା ପଡେ ମତେ,

ପୁଣି ଆଳତୀରେ ଲୋଡ଼ା ମୁଁ |

ଘର ପ୍ରତିଷ୍ଠାରେ ଦରକାର ହୁଏ ମୁଁ ,

ସବୁ ଯାନିଯାତରେ ମୁଁ ଲୋଡ଼ା |


ବିଦେଶରୁ ଦେଶ ,ଦେଶରୁ ଗାଁ 

ସବୁଠି ମୋ ଆବେଗ ,

ସଭିଙ୍କ ପ୍ରଶଂସାର ପାତ୍ର ମୁଁ ଯେ ହେଲି 

ମୋ ବାସ୍ନାରେ ମହକିଲା ଚାରୁଦିଗ |



Rate this content
Log in