Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Others

2  

Binay Mohapatra

Others

ବନ୍ଧୁ ମୋର ଜଗବନ୍ଧୁ

ବନ୍ଧୁ ମୋର ଜଗବନ୍ଧୁ

1 min
226


ବନ୍ଧୁ ହେ ମୋର, କ୍ଷମା କରିଦେବ,

ଦରଶନ ପାଇଁ, ତୁମ ମନ୍ଦିରକୁ

ଆସେନି ବୋଲି,

ମନ୍ଦିର ଦେଖିଲେ ସୁଦାମର ଭାବ

ହୃଦୟକୁ ମୋର ଆସଇ ଚାଲି ।

ତୁମେ ତ ବନ୍ଧୁ ମୋର,

ଡରିଯିବ କାଳେ, ଭାବିବ ମନରେ

ବନ୍ଧୁ ହୋଇ ପୁଣି ମନ୍ଦିରେ ଆସିଛି,

ମାଗିବ ବୋଲି !

ଯେମିତି ରଖିଛ, ଯାହାବି ଦେଇଛ

ଜାଣିକି କରିଛ ସମିତି ମୋତେ,

କେଉଁଥିରେ ଅବା ଅଭାବ କରିଛ

କେଉଁ ଲାଭ ଆଶେ

ଭାବ ଲଗାଇବି ବନ୍ଧୁଙ୍କ ସାଥେ ।

ତୁମରି ବନ୍ଧୁତା ତୁମରି ମମତା

ସବୁବେଳେ ଅଛି ସାଥିରେ ମୋର

ସେଇ ଭରଷାରେ ନାଆ ମେଲିଦିଏ

ଅଥଳ ଥଳ ଏ ଭବ ସାଗର ।

ଡାକିବାକୁ କେବେ ପଡିନାହିଁ ମୋତେ

ଦରକାର ବେଳେ ତୁମେ ବନ୍ଧୁ ମୋର

ବିନା ଡାକରାରେ ହୁଅ ହାଜର ।

ଏମିତିକା ବନ୍ଧୁ ହୋଇବ କେ ଆଉ

ଚବିଶ ପ୍ରହର ରଖୁ ଥାଅ ତୁମେ

ମୋର ଖବର ।

ବନ୍ଧୁ ହେ ମୋର,

ଏଇମିତି କେବେ କରିବ ନାହିଁ,

ଯିବାକୁ ପଡିବ ଦୁଆରେ ତୁମର

ମାଗିବା ପାଇଁ !

ଯେଇମିତି ଅଛ ମୋର ସାଥିରେ

ସେଇମିତି ଥାଅ ସଦା କତିରେ,

ଭରଷାକୁ ମୋର ବୁଡାଇବ ନାହିଁ

ଏଇମିତି କେବେ କରିବ ନାହିଁ,

ହତାଶେ ତୁମକୁ ଡାକିବା ପାଇଁ ।

***$***


Rate this content
Log in