ପ୍ରିୟା ମୋ ଯାଇଛି ରୁଷି
ପ୍ରିୟା ମୋ ଯାଇଛି ରୁଷି
ପାଇଥିଲି ଗୋଟେ କଉତୁକି ପୁଷି
ପାଳିଲି କରି ଆଦର
ନ ଦେଖିଲେ ତାକୁ ଭାତ ରୁଚେ ନାହିଁ
ସିଏ ବି କଲା ଆଦର
ଟିକିଏ ଅବୁଝା ହୋଇଲେ ରାଗରେ
ଦିଅଇ ସିନା ରାମ୍ପୁଡି
ମନ ଦୁଃଖ ଯଦି ଦେଖିଲା ମୋହର
ନିଜକୁ ଦିଏ ସଜାଡି
କି ହେଲା କେଜାଣି କେବେ ଠାରୁ ମୋର
ପୁଷିଟା ଯାଇଛି ରୁଷି
ଜାଣିଛି ସେ ଆଉ ଆସିବନି ଫେରି
ତଥାପି ଜଗିଛି ବସି
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©