Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଆଗନ୍ତୁକ

ଆଗନ୍ତୁକ

1 min
314


#ଆଗନ୍ତୁକ------***


କେତେଥର

ଏମିତି

କେତେଥର

ତୁ କହିଛୁ

ବଳକା ଜୀବନ ଯେତେ ବାକି ଅଛି 

ଚାଲିଥିବି ହୋଇ 

ତୁମ 

ସହଚାରିଣୀ,


ଏ କଣ ? 

ଅଧା ରାସ୍ତାରେ ଯେ ଛାଡ଼ିଦେଲୁ ମୋ ହାତ

ପୁଣି

ପଡ଼ିଗଲୁ ଝୁଣ୍ଟି 

ଉଠ !

ଦେଖ,

ତୋ କହୁଣୀ ଓ ଆଣ୍ଠୁ ଦ୍ବୟ

ଯେ ଲହୁ ଲୁହାଣ ,


କହିଦେଲୁ 

ଥାଉ ଏତିକି ବାସ 

ଏତିକି ଥାଉ

ଆଉ 

ପାରିବି ନାହିଁ ଚାଲି

ମିଶି 

ତୁମ ସହ,


କଣ ? 

ଭାବୁଛୁ ତୁ ମତେ 

ଜଣେ

ଭୀରୁ,କାପୁରୁଷ, କରିଦେବି 

ଆତ୍ମତ୍ୟାଗ କେବେ ତୋ ଲାଗି,


ନା କଦାପି ନୁହେଁ ,

ତୋ ନିର୍ବାସନ  

କଦାପି କେବେ ବନି ପାରିବ ନାହିଁ

ଆଙ୍କୁଶ

ମୋ ଚଲା ପଥେ ,


ମୁଁ ଚାଲୁ ଥିବି 

ସେମିତି ନିର୍ବିକାର ହୋଇ ମୋ ଚଳାପଥେ 

ଏକାକୀ ହେଉ

ପଛେ

ଯେମିତି ଚାଲେ ଆକାଶେ ଜହ୍ନ ଓ ସୂର୍ଯ୍ୟ 

କ୍ରମବିଚ୍ୟୁତ ନ ହୋଇ

ନିତି ପ୍ରତିଦିନ ,


ଚାଲିବି, ଚାଲିଥିବି ଆଜନ୍ମ, ଜନ୍ମାନ୍ତର ପର୍ଯ୍ୟନ୍ତ,

ଆଉ 

କେତେ ଦିନ ,

ହଁ ! ଆଉ କେତେଦିନ 

ବାକି ଅଛି ଯେ 

ଏ ଜୀବନର ପଡ଼ିବାକୁ ପୂର୍ଣ୍ଣଛେଦ,


ଇତି,

ପ୍ରେମରେ ପ୍ରୀତିମୈନା

ତୋ ସବୁଦିନର 

ଇତିକଥା ଲେଖି

ଚିରି

ଫୋପାଡୁଥିବା

ଏକ ତରଫା ଚାଲୁଥିବା ଅପ୍ରତ୍ୟାଶିତ,

ଆଗନ୍ତୁକ-----------!




Rate this content
Log in