Audio

Forum

Read

Contests

Language


Write

Sign in
Wohoo!,
Dear user,
ତାଙ୍କ ପାଖୁ କେବେ ଯାଅନା
ତାଙ୍କ ପାଖୁ କେବେ ଯାଅନା
★★★★★

© Sailendra Kumar Pati

Inspirational

1 Minutes   7.0K    4


Content Ranking

ଯିଏ ସବୁବେଳେ ଆସି ତୁମ ପାଖେ ବସି ଏଣୁ ତେଣୁ କରି ଗପଇ

ୟା ତା ବିରୁଦ୍ଧେ ସର୍ବଦା କହି ନିର୍ଦୋଷ ବୋଲି ନିଜକୁ ଦିଅଇ ସଫେଇ ,

ସାଙ୍ଗ ସାଥିଙ୍କର ପ୍ରଶଂସା ଶୁଣିଲେ ହିଂସାରେ ସଦା ଜଳଇ

ଏହି ପରି ସାଙ୍ଗ ପାଖରେ ରହିଲେ ଶାନ୍ତି କି କେବେ ମିଳଇ ,

ତାଙ୍କ ପାଖୁ କେବେ ଯାଅନା

ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |

ମିଠା କଥା କହି ଯିଏ ତୁମକୁ ଫସାଏ ସ୍ୱାର୍ଥ ହାସଲ ପାଇଁକି

ମୁନାଫା ସକାଶେ କରଇ ପ୍ରଶଂସା ତୁମ ଘରେ ସଦା ଯାଇକି ,

କିଛି ନ ମିଳିଲେ ସ୍ଵାର୍ଥେ ବାଧା ହେଲେ ହିଂସା ପରାୟଣ ହୋଇକି

ମରଣ ମୁହଁକୁ ପେଲି ଦେବା ପାଇଁ ପଛ ଘୁଞ୍ଚା ଦିଏ ନାହିଁକି ,

ତାଙ୍କ ପାଖୁ କେବେ ଯାଅନା

ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |

ସମ୍ପଦରେ ସର୍ବେ ହୋଇଯାନ୍ତି ବନ୍ଧୁ ବିପଦେ ନଥାନ୍ତି କେହିକି

ସଂକ୍ରମିତ ଏହି ମହାମାରୀ ବ୍ୟାଧି ଯା ପାଇଁ ଔଷଧ ନାହିଁକି ,

ବେଳୁ ସାବଧାନ ନ ହୋଇଲେ ତୁମେ ଗୋଡ ଖସିଯିବ ତହିଁକି

ପଙ୍କିଳ ଅଟଇ ସେହି ଗତି ପଥ ଫେରିବା ଉପାୟ ନାହିଁକି ,

ତାଙ୍କ ପାଖୁ କେବେ ଯାଅନା

ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |

ସଚ୍ଚା ବନ୍ଧୁଟିଏ ମିଳୁ ବା ନମିଳୁ ବିବ୍ରତ ନହୁଅ ତହିଁକି

ସାବଧାନ ରୁହ କୁସଂଗିଠାରୁ ଦୁରେଇ ରହିବ ପାଇଁକି ,

ମାନିଲେ ତୁମର ମଙ୍ଗଳ ହେବ ଲେଖିଦେଲି ମୁହିଁ ଏତିକି

ନମାନିଲେ ତୁମ ପରିଣାମ ପାଇଁ ଦାୟୀ ହେବ କିଏ କାହିଁକି ,

ତାଙ୍କ ପାଖୁ କେବେ ଯାଅନା

ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |

ଶୈଳେନ୍ଦ୍ର କୁମାର ପତି

ସାଙ୍ଗ ପ୍ରଶଂସା ହିଂସା ବିପଦ

Rate the content


Originality
Flow
Language
Cover design

Comments

Post


Some text some message..