ପରିବର୍ତ୍ତନର ରଥ
ପରିବର୍ତ୍ତନର ରଥ
ପରିବର୍ତ୍ତନର ରଥ
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
କାମନା-ବାଣରେ ହୋଇ ଅନ୍ଧ
ଭାଙ୍ଗିଯାଇଛି ସବୁ ମର୍ଯ୍ୟାଦାର ବନ୍ଧ
ଅବୋଧ ଶିଶୁ ପଡ଼ିଲେଣି ବଳି
ଯୁଗ ଏବେ ଚାଲିଛି କଳି ।
ଚାରିଆଡ଼େ ଆଜି ହାହାକାର
ଦ୍ୱିପହରରେ ଜୀବନ ନାରଖାର
ନାହିଁ କାହାର ଭୟ ଆଉ ଡର
ଜାଗିବ କି ଏ ନିଦ୍ରିତ ସରକାର ?
ଦୁଃଶାସନ ରାକ୍ଷସଙ୍କ ରଣହୁଙ୍କାର
ପ୍ରଶାସନ ଏବେ ପଙ୍ଗୁ, ଚାଟୁକାର
ନ୍ୟାୟପାଳିକାରେ ଆଜି ଭ୍ରଷ୍ଟାଚାର
କିଏ କରିବ ଏବେ ବିଚାର ?
ଆଧୁନିକତାର ମାତାଲିଆ ସଂସ୍କୃତି
ମାନସିକତାରେ ଆଜି ବିକୃତି
କ୍ଷଣକରେ ନାରୀର ଅସ୍ତିତ୍ୱ ଛାରଖାର
ଆଉ ଏକ ଅଗଷ୍ଟ କ୍ରାନ୍ତି ଦରକାର ।
ପାପକର୍ମର ବଢ଼ିଗଲା ହାର
ଜନଚେତନା ନିହାତି ଦରକାର
ଧରିବାକୁ ହେବ ପରିବର୍ତ୍ତନର ମଙ୍ଗ
ତେବେ ବଦଳିବ ସମାଜର ଢଙ୍ଗ ।
ସମାଜ ଦୌଡ଼ି ଗଲାଣି ଛିଡ଼ି
ଛାଡୁଛେ କେବଳ ବୋଦା ରଡ଼ି
ସମୟର ଧାରାକୁ ଦିଅ ମୋଡ଼ି
ଆଗକୁ ଆସ ଏବେ ଅଣ୍ଟା ଭିଡ଼ି ।
ଚେତନାଶକ୍ତିକୁ କର ଜାଗ୍ରତ
ବୀରପୁତ୍ର ଆମେ କଳିଙ୍ଗ ଭାରତ
ଚଢ଼ିବାକୁ ହେବ ଆମକୁ ରଥ
ଏ ବିନୁ ନାହିଁ ଆଉ ପଥ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****