Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

3  

Bikesh Sahu

Others

ବାପାଙ୍କ ଛାତି

ବାପାଙ୍କ ଛାତି

1 min
114


ସେ ତ ଛାତି ନୁହଁ 

ମୋ ପାଇଁ ଅନନ୍ତ ଆକାଶ 

ଯେଉଁଠି ମୁଁ ଖୋଜୁଥିବା 

ସବୁ ଗ୍ରହ, ନକ୍ଷତ୍ର 

ଆଉ ତାରକାଙ୍କ ମେଳ ।

ସେଠି ହୁଏନା କେବେ 

ଋତୁ ପରିବର୍ତ୍ତନ 

ଝରେନା ଝରା ଶ୍ରାବଣ 

ଆସେନା ଗ୍ରୀଷ୍ମ

କି ଖସେନା କାକର ।

ସେଠି ସବୁ କିଛି ତ 

ମୋ ଆକାଂକ୍ଷିତ 

ଚାହିଁଲେ ସପ୍ତ ରଙ୍ଗ ନେଇ 

ଆସେ ଇନ୍ଦ୍ରଧନୁ

ପୁଣି ଇଚ୍ଛା କଲେ ଗ୍ରୀଷ୍ମରେ ବି 

ଲେଉଟେ ମଳୟ ।

ସତରେ ସେ ତ ଛାତି ନୁହଁ 

ମୋ ଆକାଂକ୍ଷିତ କ୍ଷୁଦ୍ର ପୃଥିବୀର 

ସେ ହିଁ ତ 

ସୁରକ୍ଷାର ଅଭେଦ୍ୟ ବଳୟ ।


Rate this content
Log in