ତୁଣ୍ଡେ ଥାଉ ନାମ ମୁଣ୍ଡେ ମୋ ତିଳକ
ତୁଣ୍ଡେ ଥାଉ ନାମ ମୁଣ୍ଡେ ମୋ ତିଳକ
ମଣିମା ହେ !
ତୁଣ୍ଡେ ଥାଉ ନାମ....
ମୁଣ୍ଡେ ମୋ ତିଳକ ....
ଧାରେ ହସ ଥାଉ ଓଠେ,
ତୁଳସୀ ମାଳଟେ
ପଡିରହିଥାଉ ……..
ଗଲା ବେଳେ ପ୍ରଭୁ କଣ୍ଠେ ,
ହରିବୋଲ ଆଉ ହୁଳହୁଳି ଧ୍ୱନୀ
‘ରାମନାମ ସତ୍ୟ’ ସାଥେ
ଶବ ଯାଉ ମୋର ସ୍ୱର୍ଗଦ୍ୱାର ଦେଇ
ତୋ ସିଂହ ଦୁଆର ପଥେ …..…।।
ତପନ ଦୀକ୍ଷିତ (ବେଳାଭୂମି)
31.10.17
ନାଶିକେଶ୍ୱର, କାକଟପୁର, ପୁରୀ