Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୧୦

ଜୀବନ ଗୀତା- ୧୧୦

1 min
7K


ଜୀବନ ଗୀତା- ୧୧୦

ଜୀବନରେ କେବେହେଲେ
କେହିକି ପଚାରେ ଝରା ବଉଳରେ
କାହିଁକିବା ଏତେ ବାସ
ଭରା ଦିପହରେ କୃଷ୍ଣଚୂଡା ଜଳେ
ତଥାପି ମରେନା ହସ ॥୦॥

ସଫଳତା ସିନା ସଭିଏଁ ଦେଖନ୍ତି
କିଏ ଦେଖେ ତା' ପଛର କାହାଣୀ
ବିଫଳତା ଅଟେ ପ୍ରଥମ ପାହାଚ
ଜୀବନଟା ତ ଉଠାଣିଗଡାଣି
ଦୀପ ଜଳିଯାଏ ଆଲୋକ ଦେଖାଏ
ଜଳିଜଳି ହୁଏ ଶେଷ ॥୧॥

ପ୍ରତାରଣା ଯେତେ ଜାଳିଲେ ଅନ୍ତର
ପ୍ରେମ କେବେତ ଯାଏନା ମଉଳି
ବାଟବଣା ହୋଇ ବୁଲଇ ବଣରେ
ପୁଣି ଦିନେ ତ ଆସଇ ସେ ଫେରି
ଗଙ୍ଗଶିଉଳିର ସରୁଓଠ ଧାରେ
ଭରିଦେଇ କେତେ ଶୋଷ ॥୨॥


Rate this content
Log in