ସଂଳାପ-୩୫
ସଂଳାପ-୩୫
1 min
1.2K
ସଂଳାପ-୩୫
ଅନାମିକା-ବର୍ଷାର ଅବ୍ୟକ୍ତ କୋହ ।
ଅଭିମାନ କରିବା ମୋ ଅଧିକାର ଲୋ ବର୍ଷା ,
ତୁ ମୋ ପ୍ରିୟତମା ନୟନୁ ଅବିରାମ ଅକାରଣେ ଝରାଉଛୁ, କେତେବେଳେ ବିରହେ ତ
ଅକୁହା ଆବେଗରେ ଶ୍ରାବଣୀ ।
ତୁ କିନ୍ତୁ ତୁ ହାରିବୁ ଶେଷରେ
ଯେଉଁଦିନ ତ ଲୁହର କାରଣ ନ ଥିବି ମୁଁ----ନିଶିକାନ୍ତ ।
ସେ ତ ଅନାମିକା,
ଟିସ୍ୟୁ ପେପର ତା ଦାସ ,
ସେ ପୋଛି ଦେବ ଖାଲି
ଫିକା ପଡ଼ିଯିବ ତା ରଙ୍ଗ ବୋଳା ମୁହଁ,
କାଚ ଦି ପଟ
ସୀମାନ୍ତ ସିନ୍ଦୂର ଲିଭି ବି
ଦେଖା ଯାଉଥିବ ଦାଉ ଦାଉ ସଧବା ବେଶରେ,
ଆତ୍ମୀୟଙ୍କ ପାଖରେ ନିରୁତ୍ତର ଆଖିର ଲୁହ ।
ଆତ୍ମା ବୈଧବ୍ୟର ରୂପ ନେଇ ସାରିଥିବ,
ସଧବା ରୂପରେ-----!
©®କାଶ୍ୟପ,
ରାୟଗଡା ।