Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Others Abstract

5.0  

Bauribandhu Lenka

Inspirational Others Abstract

ସମୟ ସ୍ରୋତରେ ମୋ ଗାଁ

ସମୟ ସ୍ରୋତରେ ମୋ ଗାଁ

2 mins
6.9K


ସହରର ଯେତେ ସୁବିଧା ସୁଯୋଗ

ଗାଁକୁ ଗଲାଣି ମାଡି

ଗାଁ ଲୋକେ ମଧ୍ୟ ସହରକୁ ଆସି

କିଣିଲେଣି ଜମିବାଡି II 1 II

ଗାଁ ରାସ୍ତାରେ ଦେଖିବାକୁ ଆଉ

ମିଳୁନି କାଦୁଅ ପାଣି

ସବୁ ଦିନି ଚାଲେ ବସ୍ ମୋଟର

ପିଚୁ ରାସ୍ତା ହୋଇଲାଣି II 2 II

ଗାଁ ଲୋକେ ଯିଏ କରନ୍ତି ଚାକିରି

ନିକଟସ୍ଥ ସହରରେ

ସକାଳୁ ସକାଳୁ ବସରେ ଯାଇ

ଫେରି ଆସନ୍ତି ସଂଧ୍ୟାରେ II 3II

ସବୁ ଗାଁ ରାସ୍ତା ଝଲସୁଛି ଆଜି

ବିଜୁଳି ଆଲୁଅ ପାଇଁ

ଲଣ୍ଠନ ଆଉ ଡିବିରି ଆଲୁଅ

ଦେଖିବାକୁ ମିଳୁନାହିଁ II 4 II

ନାହିଁ ସେଦିନର ମାଟି କାନ୍ଥ

ଆଉ ଚାଳ ଛପରର ଘର

ଚାରିଆଡେ ଦିଶେ ପକ୍କାଘର ଖାଲି

ନାହିଁ ବନ୍ୟା ବାତ୍ୟା ଡର II 5 II

ବର୍ଷା ଦିନରେ ମାଁ ଦାଣ୍ଡେ ଆଉ

ଫୁଟୁନି କାଦୁଅ ପଙ୍କ

ସିମେଣ୍ଟ ଢଳାଇ ରାସ୍ତା ହୋଇଛି

ଦିଶୁଅଛି ଜକ ଜକ II 6 II

ଗୋରୁଗାଈ ଘରେ ପାଳୁଥିଲେ ଆଗେ

ଚାଷବାସ କାମ ପାଇଁ

ଟ୍ରାକ୍ଟରରେ ଆଜି ଚାଷ ହେଉଅଛି

ଗୋରୁ ରଖନ୍ତିନି କେହି II 7 II

ଗୋଧୂଳି ବେଳର ଗାଈଙ୍କ ବାହୁଡା

ଦୃଶ୍ୟ ହେଲାଣି ସପନ

ଗ୍ରାମ୍ୟ ଜୀବନରେ ଗୋମାତାର ଦାନ

ବୁଝିବାରେ କାର ମନ ? II 8 II

ଯୌଥ ପରିବାରେ ରହିବାକୁ ଲୋକେ

କରୁନାହାନ୍ତି ପସନ୍ଦ

ନିଜ ପିଲାଛୁଆ ନେଇକି ରହିଲେ

ମିଳୁଛି ତାଙ୍କୁ ଆନନ୍ଦ II 9 II

ପ୍ରିୟ ପରିଜନ ବନ୍ଧୁ ବାନ୍ଧବଙ୍କ

ସ୍ନେହ ମମତାର ଡୋରି

ଧୀରେ ଧୀରେ ଆଜି ଦୁର୍ବଳ ହେଉଛି

ଆଗକୁ ଯିବେ ପାସୋରି II 10 II

ଆଜିକାଲି ଆଉ ନଈ ପୋଖରୀରେ

ନାହିଁ ତ ଗାଧୁଆ ତୁଠ

ଘାଧୁଆ ତୁଠରେ ଝିଅ ବୋହୁଙ୍କର

ହେଉନାହିଁ ଭେଟଭାଟ II 11 II

ଘରେ ଘରେ ଆଜି କରିଲେଣି ସବୁ

ଶୌଚାଳୟର ବ୍ୟବସ୍ଥା

ଶୌଚ ପାଇଁକି ସ୍ତ୍ରୀ ଲୋକମାନେ

ହେଉ ନାହାନ୍ତି ହୀନସ୍ତା II 12 II

ଘର ଦୁଆରକୁ ଗୋବର ପାଣିରେ

ଲିପିବାକୁ ପଡୁନାହିଁ

ସିମେଣ୍ଟର କାନ୍ଥ ସିମେଣ୍ଟ ଅଗଣା

ଲିପିବା କେଉଁଥି ପାଇଁ ? II 13 II

ହାଣ୍ଡିଶାଳ ଘର ବଦଳି ଗଲାଣି

ନାହିଁ ଚୁଲ୍ଲୀ ଅଧାକାନ୍ଥି

ହାଣ୍ଡି ମାଠିଆ ତ ସପନ ହେଲାଣି

ନାହିଁ ଧୂଆଁ ନିଆଁ ତାତି II 14 II

ରୋଷାଇ ଗ୍ୟାସ୍ ଷ୍ଟୋଭ୍ ହିଟର

କେତେ ଯେ ଉପକରଣ

ରୋଷାଇ ପାଇଁକି ଉପଲବ୍ଧ ଆଜି

ଗାଁ ଗହଳିରେ ଜାଣ II 15 II

ଗାଁ ବୋହୁ ଆଜି କଳସୀ କାଖେଇ

ଯାଉନାହିଁ ପାଣି ଆଣି

ଘର ଅଗଣାରେ ନଳ କୂଅରୁ ସେ

ନେଉଅଛି କାଢି ପାଣି II 16 II

ଧୋବା ଭଣ୍ଡାରିଏ ଛାଡି ସାରିଲେଣି

ନିଜର କୁଳ ବେଉସା

ଲଣ୍ଡ୍ରୀ ସେଲୁନ୍ ସହରରେ କରି

କମାନ୍ତି ଦୁଇ ପଇସା II 17 II

ଗାଁ ଗହଳିରେ ପୁନିଅଁ ପରବ

ପଡି ଆସିଲାଣି ଫିକା

ସହରି ସଭ୍ୟତା ଦେଉଅଛି ଆଜି

ନୂଆ ଚଳଣିର ଶିକ୍ଷା II 18 II

ସମୟ ସ୍ରୋତରେ ବଦଳିଛି ଗାଁ

ବଦଳିଛି ଆଜି ସହର

ଆମକୁ ବି ଆଜି ଦଳାଇବାକୁ

ପଡିବ ଆମର ନଜର II 19 II


Rate this content
Log in

Similar oriya poem from Inspirational