ବର୍ଷା ଛୁଆଁ ଶରତ ରାତିରେ
ବର୍ଷା ଛୁଆଁ ଶରତ ରାତିରେ
ଛାତିର ସ୍ପନ୍ଦନ ଗଣି
କାଲି ମୋର
ସାରା ରାତି ବିତିଗଲା
ବର୍ଷା ଛୁଆଁ ଶରତ ରାତିରେ,
ହେଲେ ତୁମେ ଶୋଇଗଲ
ସବୁଭୁଲି ନିଘୋଡ଼ ନିଦରେ....,
ଓଠକୁ ଚୁଚୁମି ଯେତେ
ଉଷ୍ମ ରକ୍ତ ପାନ କରିଗଲି
ସକାଳକୁ ନମରି ଯା'
ତୁମପାଇଁ ବଞ୍ଚି ରହିଥିଲି,
ନଥିଲା ଶ୍ରାବଣ ଆଉ କଦମ୍ବର
ଭୁରୁ ଭୁରୁ ଗନ୍ଧ
ବୈଧବ୍ୟର ଯନ୍ତ୍ରଣାରେ କାଶତଣ୍ଡି
ମୁଣ୍ଡ କୋଡୁଥିଲା ....
କପାଳ ଟା ସାଜିଥିଲା ମନ୍ଦ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ