Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Inspirational

5.0  

Monalisa priyadarsini Nanda

Inspirational

ଶିକ୍ଷା ସହ ଧନଦୌଲତ ତୁଲ ହୋଇବ ନାହିଁ

ଶିକ୍ଷା ସହ ଧନଦୌଲତ ତୁଲ ହୋଇବ ନାହିଁ

1 min
166


ଶିକ୍ଷା ବିନା ମାନବ

ଚକ୍ଷୁ ଥାଇ ଅନ୍ଧ ହୁଏ

ଶିକ୍ଷା ବିନା ସୁନ୍ଦରତା

ଫିକାପଡି ଯାଇଥାଏ ||


ଶିକ୍ଷା ସହ ଧନଦୌଲତ

ତୁଲ ହୋଇବ ନାହିଁ

ଏହା ବ୍ୟତିରକେ ସବୁ

ଅନ୍ଧାର ସମ ହୋଇ ||


ଧନ କ୍ଷଣସ୍ଥାୟୀ ଅଟେ

ଆଜି ଅଛି କାଲିକି ନାହିଁ

ଜ୍ଞାନ ତୋର ପାଶେ ଥିଲେ

ଦେଶ ବିଦେଶ ଭ୍ରମିବୁତୁହି||


ଧନ ଓ ଶିକ୍ଷା ଯଦି ଦୁଇଟିବନ୍ଧୁ

ଧନ ଦ୍ୱାରା ଶିକ୍ଷା ପ୍ରାପ୍ତ ହୁଏନା

ଶିକ୍ଷା ଧନ ଉପାର୍ଜନର ମାର୍ଗ ଅଟେ

ମନରେରଖିଥା ଏହି ଭାବନା||


ଶିକ୍ଷା ବୌଦ୍ଧିକ ବିକାଶକରି

ମନେ ନୈତିକତା ଭରିଦିଏ

ତାକୁ ଯିଏ ନିର୍ଦ୍ବନ୍ଦରେ ପାଇଛି

ସଦା ତାକୁ ଝୁରୁଥାଏ||


ଥୁଣ୍ଟା ବରଗଛ ପରି

ନିରକ୍ଷର ବୋଲାଇ ଥାଏ

ଶିକ୍ଷା ଡାଳପତ୍ର ତାକୁ

ସଦା ସବୁଜିମା କରିଥାଏ ||


ଶିକ୍ଷା ନଥିଲେ ମାନବ ଜୀବନ

ହୋଇଥାଏ ମରୁଭୂମି ସମ

ଜଳ ପ୍ରପାତର ଧାରା ହୋଇ

ଶିକ୍ଷା କରିଥାଏ ଜଳ ମଗ୍ନ ||


ପଳାସ ଫୁଲ ସମ ଅଜ୍ଞାନୀ

ଶରୀରେ ସୁନ୍ଦରତା ଭରି ଥାଏ

ଜ୍ଞାନୀ ମଣିଷ ଅଟେ ବଣମଲ୍ଲୀ

ଚତୁଃର୍ଦିଗବାସ୍ନା ବିଛୁରିତ କରିଥାଏ||



Rate this content
Log in