Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଶାଶ୍ୱତ ପ୍ରେମ ସ୍ୱରୂପ

ଶାଶ୍ୱତ ପ୍ରେମ ସ୍ୱରୂପ

1 min
6.7K


ପ୍ରେମ ତ ପ୍ରେମ,ସେ ବହୁ ସ୍ୱରୂପିଣୀ,

ଶାଶ୍ୱତ ପ୍ରେମ ହିଁ ଶ୍ରେଷ୍ଠ ।

ଏ ପ୍ରେମ ଦିଅଇ ସ୍ବର୍ଗୀୟ ସ୍ୱୀକୃତି,

ଦୈବୀ ପ୍ରୀତିରେ ପ୍ରତିଷ୍ଠ ।


ସେ ପ୍ରେମେ ନ ଥାଏ ଛନ୍ଦ ବା ଛଳନା,

ଲାଂଛନା କି ପ୍ରତାରଣା,

ଅମୃତ ଝର ସେ ପୀୟୂଷ ଧାର ସେ,

ବିଶ୍ୱାସର ଧୂଳି କଣା ।


ଶାଶ୍ୱତ ପ୍ରେମରେ ସ୍ୱର୍ଗ ଜିଣି ହୁଏ,

ମର୍ତ୍ତ୍ୟକୁ କିଏ ପଚାରେ !

ଚିରନ୍ତନ, ଶୁଦ୍ଧ ସତ୍ୟନିଷ୍ଠ ହୋଇ,

ପ୍ରେମୀର ପ୍ରଣୟେ ଝରେ ।


ବେଦ ବେଦାନ୍ତରେ ଶାଶ୍ୱତ ପ୍ରେମର,

ଅଛି କେତେ ଉପାଖ୍ୟାନ ।

ମଣିଷ କାହିଁକି, ଦେବତାମାନେ ବି,

ସ୍ବୀକୃତିଛନ୍ତି ଏ ପ୍ରେମ ।


ପ୍ରେମ ହିଁ ଭକତି ଭକତି ହିଁ ପ୍ରେମ,

ଆତ୍ମିକ ଭାବରେ ଏକ ।

ଏକଲବ୍ୟ,ଧ୍ରୁବ, ବାଲ୍ୟ ପ୍ରହଲ୍ଲାଦ,

ଭକ୍ତି ପ୍ରେମେ ପରିକଳ୍ପ ।


ଶିଶୁ ଶାବକର ହୃଦୟରୁ ଝରେ,

ଅନନ୍ତ ଶାଶ୍ୱତ ପ୍ରେମ ।

ସେ ପ୍ରେମେ ନଥାଏ ପାପର ପ୍ରଲେପ,

ଥାଏ ନିଷ୍କପଟ ଭ୍ରୁଣ ।


ଶିଶୁ ର ହୃଦୟ ପୁଣ୍ୟ ପ୍ରୀତି ମୟ,

ଈଶ୍ୱରଙ୍କ ପ୍ରତିରୂପ ।

ଜୀବନ୍ତ ଠାକୁର, ପବିତ୍ର ମନ୍ଦିର,

ଶାଶ୍ୱତ ପ୍ରେମ ସ୍ୱରୂପ ।


Rate this content
Log in