Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Romance

3  

Raja Sekhar CH V

Romance

ମନେ ପଡୁଛ ଯେ ତୁମେ

ମନେ ପଡୁଛ ଯେ ତୁମେ

1 min
185



ଉଷୁମ ଉଷାକିରଣ ଯେ ତୁମେ,

ଖରାବେଳ ର ଛାଇ ଯେ ତୁମେ,

ସଞ୍ଜବେଳର ବିଶ୍ରାନ୍ତି ଯେ ତୁମେ,

ପୂର୍ଣ୍ଣିମା ର ଚନ୍ଦ୍ରାଲୋକ ଯେ ତୁମେ |୧|


ପୁଲକିତ କୁସୁମ ର ସୁବାସ ଯେ ତୁମେ,

ସୁପରିଣତ ଆମ୍ର ର ସୁଗନ୍ଧ ଯେ ତୁମେ,

ନବମଲ୍ଲିକା ର କଅଁଳିଆ ପତ୍ର ଯେ ତୁମେ,

ଜଳପ୍ରପାତ ର ପବିତ୍ର ଜଳ ହେଲ ତୁମେ |୨|


ବହୁତ ମନେ ପଡୁଛ ଯେ ତୁମେ,

ମୋ ଜୀବନକୁ ହରିତ କର ତୁମେ,

ମୋ ମନ କୁ ନେଇ ଯାଇଛ ତୁମେ ,

ଜଗାଙ୍କ ସାକ୍ଷୀ ରେ ଉତ୍ତର ଦିଅ ତୁମେ |୩|


ଅଙ୍ଗୀକାର ଦେଇ ନ ପାର ତୁମେ,

ମୋ ହୃଦୟରେ ସଦା ରହିବ ତୁମେ,

ସ୍ଵେଚ୍ଛାଚରଣ ନିଷ୍ପତ୍ତି ନିଅ ଯେ ତୁମେ,

ଶୀଘ୍ର ଅନିଶ୍ଚୟତା ଦୂର କର ଯେ ତୁମେ |୪|


Rate this content
Log in