Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

ସତ୍ୟର ଜ୍ୟୋତି

ସତ୍ୟର ଜ୍ୟୋତି

1 min
6.6K


ସତ କହିବାକୁ                କିଆଁ ମୁଁ ଡରିବି

କହି ପଛେ ଯାଏ ମରି

ରାମକୃଷ୍ଣଙ୍କର             ଅମୂଲ୍ୟ ଜଣାଣ

ମନ ଛୁଆଁ ଅଟେ ଭାରି


ମିଛ କହିବାକୁ         ଘୃଣା ଲାଗେ ବୋଲି

ସତକୁ ନ ଗଲି ଭୁଲି

ହେଲେ ସତ କହି        ଯାହା ମୁଁ ପାଇଲି

କା’ ଆଗେ ନ ପାରେ ଖୋଲି


ତଥାପି କହିବି               ସତ କହିବାର

ଫଳଟା ଅତି ନିଆରା

ମିଛ ଯଦି ହୁଏ              ଅନ୍ଧକାର ରାତି

ସତ ଦିବ୍ୟ ଜ୍ୟୋତି ଧାରା


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in