Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଆଧୁନିକ ନାରୀ

ଆଧୁନିକ ନାରୀ

1 min
6.4K


ଆଧୁନିକ ନାରୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଝିଅ-ବୋହୂର ଫରକ ହେଉନାହିଁ ଜାଣି

ଟି-ସାର୍ଟ, ଜିନ୍ସ ପିନ୍ଧୁଛି ମହାରାଣୀ ।

       ଶଙ୍ଖା-ସିନ୍ଦୂର ଓଲ୍ଡ ଫେସନ୍

       ମଙ୍ଗଳସୂତ୍ରର ନାହିଁ ଆଉ ଟେନ୍ସନ୍  ।

ବିନ୍ଦି ଲଗେଇବା ଆଉଟ୍ଡେଟେଡ୍

ଓଠରେ ଲିପ୍ଷ୍ଟିକ୍ ରେଡିମେଡ୍ ।

       ଆଖିରେ କଜ୍ଜ୍ୱଳ, ଆଖି ଢଳଢଳ

       ଫେସ୍ୱାସ୍ ରେ ମୁହଁ ଉଜ୍ଜ୍ୱଳ  ।

ବାଳର ଷ୍ଟାଇଲ୍ ଯାଇଛି ବିଗିଡ଼ି

କିଏ ବବ୍କଟ୍, କିଏ ଦେଉଛି ମୋଡ଼ି ।

       ଅଧା ପିନ୍ଧୁଛନ୍ତି ଏବେ ପରିଧାନ

       ବିଦେଶୀ ସଂସ୍କୃତିର ରଖୁଛନ୍ତି ମାନ  ।

କାମୁକ ଦୃଷ୍ଟିରେ ଘରର ଝିଅବୋହୂ

ଦୋଷ କାହାର କେହି ନକହୁ ।

       ବୟସ ତା’ର ଯାଉଛି ଖସି

       ବିୟୁଟି ପାର୍ଲର୍ ରେ ବୁଢ଼ୀ ମାଉସୀ  ।

ମଡର୍ଣ୍ଣ ହେବାର ଧରିଛି ନିଶା

ଯୁବତୀ ସାଜିବ ରଖିଛି ଆଶା ।

       ନାରୀର ସବୁଠାରୁ ବଡ଼ ଡ୍ରିମ୍

       ସବୁଠାରୁ ଅଧିକ ହେବି ସ୍ଲିମ୍  ।

ଭିଟାମିନ୍ ଅଭାବରୁ ଦେହ ଦିଶୁଛି ଧଡ଼ି

ସହନଶକ୍ତିର ଗଛ ଯାଇଛି ଉପୁଡ଼ି ।

       ସ୍ୱର୍ଗତୁଲ୍ୟ ଘର ହୋଇଯାଇଛି ଫାଡ଼ି

       ଜୀବନ-ଗାଡ଼ିଟା ଚାଲିଛି ଉଠିପଡ଼ି  ।

ପଚାରିଲି ଦିନେ ଲଜ୍ଜା-ସରମର ନାହିଁ ଦେଖା

ଉତ୍ତର : ଲଜ୍ଜା ଫେସନରେ, ସରମ ବ୍ୟସନରେ ।

       ଆଜି ବି ଯେଉଁ ନାରୀ ପିନ୍ଧୁଛି ଶାଢ଼ୀ

       ସମ୍ମାନରେ ଆଖି ତା ଉପରେ ଯାଉଛି ପଡ଼ି ।

ଧୀରସ୍ଥିର, ଲଜ୍ୟା, ସରମ ଭାରତୀୟ ନାରୀର ପରିଚୟ

ସ୍ୱାଭିମାନ ତା ପାଇଁ ସବୁଠାରୁ ବଡ଼ ବିଜୟ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in