ସ୍କୁଲ ଓପନ
ସ୍କୁଲ ଓପନ
ସ୍କୁଲ ଓପନ
ସଂଜୟ କୁମାର ସାହୁ
ଓହଃ କି ଟେନସନ ! ଆଜି ସ୍କୁଲ ଓପନ
ଓହଃ କି କନ୍ଫ୍ଯୁଜନ ! ଆଜି ସ୍କୁଲ ଓପନ
ରଜ ସରିଲା, ମଉଜ ଗଲା
ତିନି ପକ୍ଷରେ ସ୍କୁଲ ଖୋଲିଲା ।
ଅଧାରେ ମିସ୍ ଙ୍କ ଟ୍ରାନ୍ସଲେସନ
ଆଉ ସାର୍ ଙ୍କ ମାଥ ରିଭିଜନ
ଓହଃ କି ଟେନସନ !
ଆଜି ସ୍କୁଲ ଓପନ...
ଶୋଇ ଶୋଇ ମୋର କଟିଲା ଦିନ
ଅଧରାତି ଯାଏ ଦେଖେ ଟେଲିଭିଜନ
ପାଠ ସହ ନିଦର ଆଜି କମ୍ବିନେସନ
ଅଭ୍ୟାସ କେମିତି ହବ ପରିବର୍ତ୍ତନ
ଓହଃ କି କନ୍ଫ୍ଯୁଜନ ! ଓହଃ କି ଟେନସନ !
ଆଜି ସ୍କୁଲ ଓପନ...
ସକାଳୁ ସ୍କୁଲ ଆଉ ରାତିରେ ଟିଉସନ୍
ମାସେ ନହଉଣୁ ଆସିବ ଏଗଜାମିନେସନ୍
ଲାଗୁଚି ଏଥର ରହିବ ଶୂନ
ହେ ଭଗବାନ !
ଓହଃ କି କନକ୍ଲୁଜନ୍ ! ଓହଃ କି ଟେନସନ
ଆଜି ସ୍କୁଲ ଓପନ...
*****