Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଓଡ଼ିଆଙ୍କ ନୂଆ ବରଷ

ଓଡ଼ିଆଙ୍କ ନୂଆ ବରଷ

1 min
6.7K


ତପନ କୁମାର ସ୍ୱାଇଁ


ବିଦାୟ ନେଇଛି ପୁରୁଣା ବରଷ

ନୂଆ ବରଷଟି ଆସିଛି,

ଓଡ଼ିଆମାନଙ୍କ ଘରେ ଘରେ ଆଜି

ବସନ୍ତରା ଘଡ଼ି ବସିଛି । ।

ମହାବିଷୁବ ଏ ପଣା ସଙ୍କରାନ୍ତି

ଓଡ଼ିଆଙ୍କ ନୂଆ ବରଷ,

ପ୍ରଭୁ ମହାବୀର ଜନମ ତିଥିରେ

ସବୁରି ମନରେ ହରଷ । ।

ବଇଶାଖ ଖରା ଟାଇଁ ଟାଇଁ ଧରା

ଝାଞ୍ଜି ପବନର ଡହକ,

ଫୁଟି, ଦହିଲସି, ବେଲପଣା ଆଉ

କାଞ୍ଜିତୋରାଣୀର ମହକ । ।

ଝାମୁ ଯାତରାରେ ଘଣ୍ଟ ଘଣ୍ଟା ତାଳେ

କାଳିସୀ ଚାଲନ୍ତି ନିଆଁରେ,

ଝୁଣା, ଧୂପ, ଦୀପ, ଅଗୁରୁ, ଚନ୍ଦନ

ମହ ମହ ବାସେ ଧୂଆଁରେ । ।

ଗାଆଁ ଦାଣ୍ଡେ ଭିଡ଼ ପିଲାମାନଙ୍କର

ଦେଖିବାକୁ ଘଣ୍ଟପାଟୁଆ,

ପାଦ ଧୋଇବାକୁ ମାଆ ସଜକରି

ରଖିଛି ହଳଦୀ କାଠୁଆ । ।

ବଜାର ଘାଟରେ ଛକମାନଙ୍କରେ

ବସିଅଛି ଜଳ ଛତର,

ପିଲାଠାରୁ ବୁଢ଼ା ଥକା ମାରୁଛନ୍ତି

ଦେଖି ଗଛ ଛାଇ ପତର । ।

ବରଷକେ ଥରେ ଏହି ଦିନଟିକୁ

ପାଳିବା ହରଷ ମନରେ,

ନହେଲେ ଆମକୁ କିଏସେ ଓଡ଼ିଆ

କହିବ ଆଜିର ଦିନରେ । ।


Rate this content
Log in

Similar oriya poem from Classics