Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational

3  

Padmalaya Mishra

Inspirational

ଦ୍ଵନ୍ଦ

ଦ୍ଵନ୍ଦ

1 min
6.9K


ତୁମେ ଜିବୀତ ତୁମେ ମୃତ

ଦ୍ଵନ୍ଦ ମଧ୍ୟେ ବିତିଗଲାଣି

ଅନେକ ଦିନ ମାସ ବର୍ଷ

ତୁମେ ତ ଅମର ବୀର କୁମର

ଚର୍ଚ୍ଚାରେ ଥିଲ ରହିଥିବ

ଏମିତି ବର୍ଷ ପରେ ବର୍ଷ ।

ଭାରତ ସ୍ଵାଧୀନ ତଥାପି ପରାଧୀନ

ଲୋଭୀ ଲମ୍ପଟ କବଳେ

ଅଣନିଶ୍ଵାସୀ ହୋଇ ପଡିଛି

ତୁମ ପରି ବୀର କରିବ ଦୂର

ଜନମ ଲଭି ଭାରତମାତା କୋଳେ

ବିଶ୍ବାସେ ତ୍ରିରଙ୍ଗା ଉଡୁଛି ।

ଉଡିଲେଣି ଗଗନେ ତଥାପି ଶ୍ମଶାନେ

ଧର୍ଷିତା ହୋଇ ନାରୀ ଜଳେ

କାପୁରୁଷମାନଙ୍କ ପାଇଁ

ଆସ ବାହୁଡି ବାନ୍ଧି ପଗଡି

ଅରାଜକତା ହଟେଇ

ଲଢିବା ଦିଅ ପୁଣି ଶିଖେଇ ।

ଆସହେ ବୀର ଧରି ସ୍ଵଶରୀର

ନେତାଙ୍କୁ ନେତାପଣ ଶିଖେଇ

ଭ୍ରଷ୍ଟାଚାର ହେଉ ଦୂର

ତୁମ ଜନ୍ମଦିନ କରୁ ପାଳନ

ବୀରତ୍ଵ ଗାଥା ଗାଇ

ଅନ୍ୟାୟ ବିରୁଦ୍ଧେ ଜାରି ରହୁ ସମର ।।।।


ପଦ୍ମାଳୟା


Rate this content
Log in