Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ଅନୁରୋଧ

ଅନୁରୋଧ

1 min
6.6K


ସତ୍ୟରେ ମୋତେ ନିଅ ବା ନ ନିଅ

ଅସତ୍ୟରେ ନିଅ ନାହିଁ,

ଧର୍ମରେ ମୋତେ ରଖ ବା ନ ରଖ

ଅଧର୍ମରେ ରଖ ନାହିଁ ।।

ହେଉ ବା ନ ହେଉ ମଥା ପରେ ମୋର

ତୁମ କରୁଣାର ବର୍ଷା,

ଦିଅ ନାହିଁ ଭରି - ହୃଦୟରେ ମୋର

ଭୟ, ବ୍ୟାକୁଳତା ଈର୍ଷା,

ସାହସ ଶକତି ଦିଅ ବା ନ ଦିଅ

କାତରତା ଦିଅ ନାହିଁ ।

ନ ଦେଲେ ନ ଦିଅ ସୁଖର ପରଶ

ସନ୍ତାପିତ ପ୍ରାଣେ ମୋର

ନିଭାଇ ଦିଅନା - ନାଲି ଅଧରରୁ

ଚେନାଏ ହସର ଗାର

ରାଗ - ଅନୁରାଗ ଦିଅ ବା ନ ଦିଅ

କଠୋରତା ଦିଅ ନାହିଁ ।

କର ବା ନ କର ଜୀବନ ପୁଷ୍ପକୁ

ମଧୁମିତ ସୁରଭିତ

କର ନାହିଁ କେବେ ଜୀବନ ସଂଧ୍ୟାକୁ

ଅବସାଦେ ଜର୍ଜରିତ ।

ଞାନର ପ୍ରଦୀପ ଜାଳ ବା ନ ଜାଳ

ଅଞାନ ଅନ୍ଧାର ଲୋଡା ନାହିଁ ।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ ।


Rate this content
Log in