Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational Others

2  

Ambika Swain

Inspirational Others

ଭାବରେ ମୋହିବ କବି

ଭାବରେ ମୋହିବ କବି

1 min
6K


ନିର୍ମଳ ଗଗନେ ସୁନେଲିର ଚାନ୍ଦ

ଝଲମଲ ଝଟକୁଛି

ହେମନ୍ତ ଋତୁରେ ଶିଶିରର ବିନ୍ଦୁ

ରୂପା ପରି ଝଟକୁଛି ।

ମନଲୋଭା ଏହି ଦୃଶ୍ୟ ଚିତ୍ରପଟ୍ଟ

ଆଙ୍କୁଛି ହୃଦୟେ ଛବି

ତୁଳୀ ଓ ରଙ୍ଗରେ ସଜାଇଣ ଦେବ

ଭାବରେ ମୋହିବ କବି ।

କବି ହୁଦୟରୁ ଭାଷା ‌ଉଦ୍‌ଗିରଣ

ଅନର୍ଗଳ ଆସିଯିବ

ସେ ତାକୁ ସଜାଇ ଲେଖନୀ ତୁଳୀରେ

କାଗଜରେ ଫୁଟାଇବ ।

ଜନତା ପଢିବେ ଆଦରରେ ତାକୁ

କେତେ କଥା ବୁଝି ଶିଖି

କବିର ହୃଦୟ ବିମୋହିତ ହେବେ

ଆଖି ରହିଯିବ ଲାଖି ।।

ଅମ୍ବିକା ସ୍ୱାଇଁ


Rate this content
Log in

Similar oriya poem from Inspirational