ସ୍ମୃତି ଏକ ରୂପା ଜହ୍ନ-୪
ସ୍ମୃତି ଏକ ରୂପା ଜହ୍ନ-୪
ଯେତେବେଳେ
ତମେ ମନ ପଡ,ବହୁତ ମନେ ପଡ,
ତମ କଥା ଭାବି ଭାବି ,
କଟେ ,ଦିନ ଆଊ ରାତି,
ମନର କୋହ ହାତ ମୁଠାରେ ଧରି
ଯେତେବେଳ ଦେଖେ ସ୍ବପ୍ନ,
ସ୍ଵପ୍ଣରେ ତମେ ଥରେ ହସି ଦିଅ
ମୋ ଓଠରୁ ବି ଝରି ପଡ଼େ ଚେନାଏ ହସ,
ଭାବି ବି ପାରେନି ମୁଁ ହସୁଛି କି ? କାନ୍ଦୁଛି,
ମନର ନିଭୃତକୋଣରେ ,
ଜାଳି ଦିଏ ଦୀପଟିଏ
ପୁଣି ବୁଝାଇ ଦିଏ
କିଏ ? ସେ ତୁମେ,
କିଏ ? ଅବା ମୁଁ ତୁମର,
ତମ ସହ ନ ମିଶିବା ଆଗରୁ
ତ ! ଏମିତି ମୁଁ ନ ଥିଲି କେବେ,
ବୋଧେ ଏ ଭଲ ପାଇବାର
ଲୁଚକାଳି ଖେଳ
କେତେବେଳେ ତୁମେ ନାହଁ ତ,
ଆଉ କେତେବେଳେ ମୁଁ ନ ଥାଏ ,
ଦୂର ଦେଶେ ତମେ ଛାଡି ଗଲା ପରେ
ନା ସହଜରେ ମିଳୁଛି ଜୀବନ
ନା ସହଜରେ ମୃତ୍ୟୁ
କେତେଦିନ ଚାଲିଥିବ
ଖେଳ ଏମିତି କୁହ ! ତ !
ବଞ୍ଚିବାକୁ ତ ଦିଅ ମତେ
ବାକି ଥିବା ଜୀବନ ତୁମ ସହ ,
ସ୍ମୃତି ତମେ କଣ ନୁହଁ ଏକ ରୂପା ଜହ୍ନ ।
ରାମ ପ୍ରସାଦ ବିଶୋଇ ।
ତା-୧୮-୦୫-୧୬
ରାତ୍ର-୧-୨୮ ମିନିଟ,
ରାୟଗଡ଼ା ।