ଜଣକ ବିନା ଜଣେ
ଜଣକ ବିନା ଜଣେ
ଯୋଉଠି ତମେ ସେଇଠି ମୁଁ
ଯୋଉଠି ମୁଁ ସେଇଠି ତମେ
ଏଇତ ପ୍ରେମ ଏଇତ ଭାବ
ଲୁହ ବି ଲାଗେ ଚଇତି ପାଗ
ମୁହୂର୍ତ୍ତଟିଏ ବି ବଞ୍ଚି ପାରେନା
ଜଣକ ବିନା ଜଣେ।
ହସିଲେ ତମେ ହସୁଛି ମୁଁ
କାନ୍ଦିଲେ ମୁଁ କାନ୍ଦୁଛ ତମେ
ଏଇ ତ ପ୍ରେମ ଏଇତ ପ୍ରୀତି
ଦୁଃଖ ବି ଲାଗେ ଅଭୁଲା ସ୍ମୃତି
ମୁହୂର୍ତ୍ତଟିଏ ବି ମରି ପାରେନା
ଜଣକ ବିନା ଜଣେ।