Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୨

ବେସୁରା ଗୀତି-୭୧୨

1 min
13.4K


କାଗଜ ଡଙ୍ଗାଟେ ଭସାଇବି ବୋଲି

ତିଆରିଛି କେଉଁ ଦିନୁ

ବରଷା ତୁ ଆଜି ବରଷି ଯାଉଛୁ

କଥା ମୋର ଶୁଣୁ ଶୁଣୁ  ॥

ଧାର ଧାର ହୋଇ ତୋର ବାରି ଧାର

ଛୁଟୁଛି ଦାଣ୍ଡରେ ଆଜି

ହଜି ଯାଇଛି ମୋ କାଗଜର ଡଙ୍ଗା

ପାଉ ନାହିଁ ଖୋଜି ଖୋଜି  ॥

ମାନସ ପଟେ ମୋ ଉଙ୍କି ମାରେ ଖାଲି

ବିଗତ ଦିନର ସ୍ମୃତି

କେତେ ଝଡ ଝଞ୍ଜା ସହି ସହି ଆଜି

ପଥର କରିଛି ଛାତି  ॥

କାଗଜ ଡଙ୍ଗା ମୋ ମିଳିବ ଯେଦିନ

ସେଦିନ ବରଷି ଯିବୁ

ମୋର ଆଖିର ଲୁହ ଅତି ସରାଗରେ

ତୋ ହାତରେ ପୋଛି ଦେବୁ  ॥

ସେଇ ଦିନକୁ ମୁଁ କରିଛି ପ୍ରତୀକ୍ଷା

କାଗଜ ଡଙ୍ଗାରେ ବସି

ପାରି ହେଉଥିବି ଲୁହର ସାଗର

ରହିବୁ ତୁ ମୋର ସାକ୍ଷୀ  ॥ 


Rate this content
Log in