Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susil Pani

Others

3  

Susil Pani

Others

କଳା ଠାକୁର

କଳା ଠାକୁର

1 min
6.7K


ଆହାକି ସୁନ୍ଦର ହେ କଳା ଠାକୁର ।

ମୁଗୁନି ପଥର ସମ ଶ୍ରୀମୁଖ ତୁମର ।।(୧)

ଆହାକି ସୁନ୍ଦର ହେ ଶଙ୍ଖ ଚକ୍ରଧର ।

ପତିତପାବନ ତୁମ ଉଡେ ଫରଫର ।।(୨)

ଆହାକି ସୁନ୍ଦର ହେ ଜାମାତା ବରୁଣଦେବଙ୍କର ।

ରତ୍ନ ସିଂହାସନ ତୁମ କେଡେ ମନୋହର ।।(୩)

ଆହାକି ସୁନ୍ଦର ହେ ଜଗତ ଠାକୁର ।

ବେନି ଭୂଜ ମେଲାଇଛ ଭକ୍ତଙ୍କ ପାଇଁର ।।( ୪)

ଆହାକି ସୁନ୍ଦର ହେ ଅନାଦି ଠାକୁର ।

ବଳିଆ ଭାଇ ସୁଭଦ୍ରା ଭଗିନୀ ଥିଲେ ତୁମ ସଙ୍ଗର।।(୫)

ଆହାକି ସୁନ୍ଦର ହେ ହଟିଆ ଠାକୁର ।

ରଥଯାତ୍ରା ତୁମ କେଡେ ମନୋମୁଗ୍ଧକର ।।(୬)

ଆହାକି ସୁନ୍ଦର ହେ ପ୍ରାଣ ଭକ୍ତର ।

ନୀଳଗିରି ଉପରେ ଗଢା ତୁମ ଶ୍ରୀମନ୍ଦିର ।।(୭)

ଆହାକି ସୁନ୍ଦର ହେ ମନୁଆଁ ଠାକୁର ।

କଳପବଟେ ତୁମ ବାନ୍ଧିଲେ ଡୋର ।।(୮)

ଆହାକି ସୁନ୍ଦର ହେ ଯଶୋବନ୍ତ ଠାକୁର ।

ମହାପ୍ରସାଦ ତୁମ କେଡେ ସୁସ୍ୱାଦୁକର ।।(୯)

ଆହାକି ସୁନ୍ଦର ହେ ପରମ ଈଶ୍ୱର ।

ତୁମ ପାଦ ପଦ୍ମେ ଥାଉ ମୋର ମନ ନିରନ୍ତର ।।(୧୦)

@ ସୁସିଲ୍ ପାଣି ,ପୁରୀ ।


Rate this content
Log in