Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ମାଆ

ମାଆ

1 min
6.7K


ମାଆର ବର୍ଣ୍ଣନା ମାଆର କଳନା

ଆଜିଯାଏ କରି ପାରେନି କେହି,

ସ୍ନେହ ମମତାର ସିନ୍ଧୁ ଟିଏ ସିଏ

ଯାଚି ଢାଳିଦିଏ ସୁଖର ବାରି।

ଦୁଃଖର ଗରଳ ପିଇପିଇ ସାଜେ

ସନ୍ତାନର ପାଇଁ ସେ ନୀଳକଣ୍ଠ,

ଲହୁ ଦେଇ ସୃଷ୍ଟି କରିଥାଏ ଶିଶୁ

ଦୁଃଖ ପାନକରିଥାଏ ଆକଣ୍ଠ।

ନାରୀ ରୂପୀସିଏ ନାରାୟଣୀ ପରା

ପୁଣି ସ୍ନେହମୟୀ ଜନନୀ,

ବାତ୍ସଲ୍ୟ ମମତା ଅଜାଡି ଦିଅଇ

କିଛି ମୂଲ୍ୟ ନ ଘେନି।

ରାତିରାତି ପୁଣି ଉପାସ ଭୋକରେ

ମୁଖେ ଫୁଟୁଥାଏ ହସ,

ମୃତ୍ୟୁରାଜ ବି ଶଙ୍କିଯାଏ କ୍ଷଣେ

ଆସେନି ତାହାର ପାଶ।

ପିଲା ପାଇଁ ମାଆ ଦୁର୍ଗା ରୂପ ଧରେ

ପଣତ ଯା ନୀଳଚକ୍ରନେତ,

ଶଙ୍କଟୁ ଉଦ୍ଧାରେ ବିପଦ ହଟାଏ

ଅଳିସହି ସୁଖ ଯାଚିଣ ଦିଏ।

ତା ହାତରେ ସୃଷ୍ଟି ସିଏ ଆମ ସ୍ରଷ୍ଟା

ସଦା ତା ପାଦେ ଜୁହାର,

ତା ଅମୂଲ ଦାନ ସୁଝି କେ ପାରିବ

ହେ ମାଆ

ତୋତେ କୋଟିକୋଟି ନମସ୍କାର।

ମାଆ ଘେନ ପ୍ରଣାମ ମୋହର


*ପ୍ରଣତି ମହାପାତ୍ର*

*ବାଲେଶ୍ୱର*


Rate this content
Log in

Similar oriya poem from Inspirational